ସମୁଦ୍ରରେ ବୁଡିଯିବାବେଳେ ୩ଜଣ ପର୍ଯ୍ୟଟକ ଲାଇଫଗାର୍ଡଙ୍କ ଦ୍ଵାରା ଉଦ୍ଧାର

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସମୁଦ୍ରରେ ବୁଡିଯିବାବେଳେ ୩ଜଣ ପର୍ଯ୍ୟଟକ ବୁଧବାର ଉଦ୍ଧାର ହୋଇଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ସୁରଜିତ୍ ଅଧକ(୧୮), ନଦିଆ ଜିଲ୍ଲାର ସୁମନ୍ତ ମଣ୍ଡଳ(୨୬), ବିଶ୍ୱଜିତ ମଣ୍ଡଳ(୨୬) । ଏମାନଙ୍କୁ ଲାଇଫଗାର୍ଡମାନେ ଉଦ୍ଧାର କରି ଆଶୁ ଚିକିତ୍ସା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ସୁରଜିତ ପୁରୀ ସମୁଦ୍ରର ସେକ୍ଟର-୬ ଅଧିନ ହୋଟେଲ ଗୋଲ୍ଡେନ୍ ଟ୍ରି ସମ୍ମୁଖରେ ଦିନ ୨ଟା ସମୟରେ ସ୍ନାନ କରୁଥିଲେ । ଏହି ସମୟରେ ସେ ସମୁଦ୍ରରେ ବୁଡିଯିବାବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସେହିପରି ସୁମନ୍ତ ଓ ବିଶ୍ୱଜିତ୍ ଦୁହେଁ ସେକ୍ଟର-୧୩ ଅଧିନ ହୋଟେଲ କ୍ୟାମେଲିଆ ସମ୍ମୁଖରେ ସ୍ନାନ କରୁଥିଲେ । ଏତିକିବେଳେ ଗଭୀର ଜଳରାଶିକୁ ଚାଲିଯାଇଥିଲେ । ଆଉ କୂଳକୁ ଫେରିପାରିନଥିଲେ । ଏହାଦେଖି ତାଙ୍କୁ ଲାଇଫଗାର୍ଡମାନେ ଉଦ୍ଧାର କରିଥିଲେ । ନିଜ ଜୀବନ ଫେରିପାଇ ପର୍ଯ୍ୟଟକମାନେ ଲାଇଫଗାର୍ଡଙ୍କୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More