ନବରଙ୍ଗପୁର (ସଂଘର୍ଷ ମିଡିଆ) := ଜିଲ୍ଲା ସ୍ତରୀୟ ଅମଲାଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବର୍ଷବର୍ଷ ଧରି ସଚିବାଳୟର ନାଲିଫିତା ତଳେ ଚାପିରହିବା ଅତି ପରିତାପର ବିଷୟ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅମଲା ସଙ୍ଘ ଆଜି ମଧ୍ୟାହ୍ନ ସମୟରେ ତିରିଶ ଗୋଟି ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାନନୀୟ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ଦେବା ପାଇଁ ଦିନ ଧାର୍ଯ୍ୟ କରିଥିବାରୁ ନବରଙ୍ଗପୁର ଶାଖା ଆମ୍ବେଦକର ଛକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ରେଲି ଯାଇ ନିଜ ଦାବୀ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ବାସ ଭବନ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ୨୦୧୭ ମସିହାରେ ବ୍ଲକ୍ ଠାରୁ ସଚିବାଳୟ ପର୍ଯ୍ୟନ୍ତ ପ୍ରତ୍ୟେକ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖିଥିଲେ ହେଁ ଦରମା ପ୍ରଦାନ ରେ ପାତର ଅନ୍ତର ରଖିଛନ୍ତି । ଏପରିକି ଜଣେ ଗ୍ରୁପ୍ ଡି କର୍ମଚାରୀ ଗ୍ରେଡ଼ ପେ ୧୮୦୦/- ପାଉଥିବା ସ୍ଥଳେ ଜଣେ କନିଷ୍ଠ ଅମଲା ୧୯୦୦/- ରେ ନିଜ ସପ୍ତମ ବେତନ ହାର ପାଉଛି । ପୁଣି ସଚିବାଳୟ କର୍ମଚାରୀ ଏସିରେ ବସି କାମ କରୁଥିବା ବେଳେ ଜିଲ୍ଲା ସ୍ତରୀୟ ଅମଲା ବଣ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହି କାମ କରୁଛି । ଉପର ମହଲାର ସମସ୍ତ ସ୍କିମ୍ କୁ ସୂଚାରୁ ରୂପେ ସଫଳ କରିବାରେ ଏହି ଅମଲା ତୃଣମୂଳ ସ୍ତରରେ କାମ କରି ଅତି ଦୟନୀୟ ପରିସ୍ଥିତିର ସାମ୍ନା କରୁଛି । ପେଟ ପାଟଣାର ଅସହ୍ୟ ଦୁଃଖ କୁ ସହି ନ’ପାରିବାର ଦୁଃଖ ହିଁ ଏହି ଆନ୍ଦୋଳନର ମୁଖ୍ୟ ବିଷୟ ବା ଏକ ମାତ୍ର ଦାବୀ ମିଶନ ୪୨୦୦/- ଗ୍ରେଡ ପେ କନିଷ୍ଠ ଅମଲାଙ୍କୁ ପ୍ରଦାନ କରିବା । ଏହି ରେଲି ଶାଖା ସଂଘର ଅଧ୍ୟକ୍ଷ କୈଳାସ ସାମନ୍ତରା, ଉପଦେଷ୍ଟା ଭାଗୀ ମହାନ୍ତି , ଏମ. ବାଳକୃଷ୍ଣ ରାଓଙ୍କ ସହିତ ଦିଲ୍ଲୀପ ସାହୁ, ସିଦ୍ଧେଶ୍ୱରୀ ବେନ୍ଯା, ପ୍ରଦୀପ ଦଳେଇ, ରଞ୍ଜିତ ଷଡ଼ଙ୍ଗୀ, ଅରୁଣ ରଥ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରର କୃଷି, ଉଦ୍ୟାନ, ସ୍ବାସ୍ଥ୍ୟ, ଶିକ୍ଷା, ପୂର୍ତ୍ତ, ବନ , ଶିଳ୍ପ ଇତ୍ୟାଦି ୨୧ ଟି ବିଭାଗ ର ଅମଲା ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଅମଲା ସଙ୍ଘ ର ଭୁବନେଶ୍ୱର ଚାଲ ଅଭିଯାନ ଆସନ୍ତା ୨୭ ତାରିଖ ରେ ଥିବାରୁ ଏହି କାର୍ଯ୍ୟକ୍ରମ ଜିଲ୍ଲା ସ୍ତରୀୟ ଅମଲାଙ୍କୁ ଅଣ୍ଟା ଭିଡ଼ି ବାରେ ଠୋସ ପ୍ରେରଣା ଯୋଗାଇ ସୃଦୃଢ଼ କରାଇବ ବୋଲି ଅନୁମାନ ହୋଇଥିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।