ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜ଼ିଲ୍ଲା ପତଞ୍ଜଳି ଯୋଗ ସମିତିର ଯୋଗଗୁରୁ ତଥା ଦରଦୀ ମଣିଷ ସମାଜସେବୀ ଡାକ୍ତର ଶିବ ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ବାଦଶାହ ଉପଲକ୍ଷେ ସ୍ଥାନୀୟ ସାରଦା ମଣ୍ଡପ ଠାରେ ଏକ ସ୍ମୃତି ସଭା ଆୟୋଜନ ହୋଇଯାଇଛି । ଏହି ସ୍ମୃତି ସଭାରେ ଜ଼ିଲ୍ଲା ର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଫୋଟଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହି ଅବସରରେ ଏକ ସ୍ମରଣିକା “ସ୍ମୃତି ତର୍ପଣ” କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଡାକ୍ତର ଆଚାର୍ଯ୍ୟ ଜଗତସିଂହପୁର ଜ଼ିଲ୍ଲା ରେ ଯୋଗର ପଚାର ପ୍ରସାର ପାଇଁ ବହୁ ପ୍ରୟାସ କରିଥିଲେ ଏବେ ତାଙ୍କର ବହୁ ଶିଷ୍ୟ ଯୋଗ ଶିକ୍ଷ୍ୟା ରେ ଅଛନ୍ତି ଓ ଜଣେ ଡାକ୍ତର ହିସାବରେ ବହୁ ଲୋକଙ୍କର ସେ ପ୍ରିୟ ଭାଜନ ହୋଇପାରିଥିଲେ । ଏହି ସ୍ମୃତି ସଭାରେ ଅବସରପ୍ରIପ୍ତ ସେନା ମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି ,ଜିଲା ବିଜେଡି ବରିଷ୍ଠ ଉପସଭାପତି ଦୀପ୍ତି ଦାସ, ସମାଜସେବୀହେମନ୍ତ ରଥ, ଅଧ୍ୟାପକ ଭଗବାନ ଦାଶ,ଡାକ୍ତର ଶୁଭ କୁମାର ଦାସ ,ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ,ପୂର୍ବତନ ନଗରପାଳ ବିପ୍ଳବ ଚୌଧୁରୀ,ଭାରତୀ ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ ,ତାଙ୍କର ଦୁଇ ପୁତ୍ର ସୌମ୍ୟରଂଜନ ଆଚାର୍ଯ୍ୟ ଓ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଏହି କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।