ସମାଜସେବୀ ଲଡ଼ୁ କିଶୋର ମଲ୍ଲିକଙ୍କ ମାତୃ ବିୟୋଗରେ ସହରରେ ଶୋକର ଛାୟା

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ସ୍ୱଚ୍ଛ ଭାରତ ସଂଗଠନର ବରିଷ୍ଠ ସଦସ୍ୟ, ବିଶିଷ୍ଠ ସମାଜସେବୀ ତଥା ପଏଁରୀର ସଭାପତି ଲଡ଼ୁ କିଶୋର ମଲ୍ଲିକଙ୍କ ମାତା ଲଷ୍ମୀ ପ୍ରିୟl ମଲ୍ଲିକଙ୍କ ୮୫ ବର୍ଷ ବୟସରେ ପରଲୋକ ଘଟିଛି l ସନ୍ଧ୍ୟା ରେ ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗୀୟl ମଲ୍ଲିକ ଙ୍କ ଅନ୍ତିମ ସଂସ୍କାର କରାଯାଇଛି l l ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବଳରାମ ପଣ୍ଡା, ଏପିଡି ଡିଆରଡିଏ ଗୌରୀ ଶଙ୍କର ଚୌଧୀରି, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ପ୍ରାକ୍ତନ ନଗରପାଳ କଈରୁ ସ୍ୱାଇଁ, କାଉନ ସିଲର ପିୟୁଷ ପଣ୍ଡା, ସ୍ୱଚ୍ଛ ଭାରତ ଉପଦେଷ୍ଟା ଗରିବ ଲୋଇ, ବୃନ୍ଦାବନ ରଥ, ସମାଜସେବୀ ଶଙ୍କର ମେହେର, ପ୍ରଭାସ ମେହେର, ପରେଶ ମେହେର ଙ୍କ ସମେତ ସହରର ରାମଧୁନ କ୍ଲବ, ଓଡ଼ିଶା ସାମ୍ବାଦିକ ସଂଘ, ପଏଁରି ଓ ସ୍ୱଚ୍ଛ ଭାରତ ସଂଗଠନ ର ସମସ୍ତ ସଦସ୍ୟ ଓ ସହରର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ମର ଶରୀରକୁ ଅନ୍ତିମ ଦର୍ଶନକରି ସ୍ବର୍ଗୀ୍ୟା ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ଅନ୍ତିମ ଶୋଭାଯାତ୍ରା ରେ ସାମିଲ ଥିଲେ l ଏଖବର ପାଇବା ପରେ ଜ଼ିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ପିଡି, ଡିଆରଡିଏ ନିହାର ରଞ୍ଜନ କଅଁର, ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଗଭୀର ଶୋକ ପ୍ରକାଶ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More