ସମାଜସେବୀ ବସନ୍ତ ବିଶ୍ଵାଳଙ୍କ ଦ୍ୱାରା ଭିନ୍ନକ୍ଷମ ପିଲାଙ୍କୁ ସହାୟତା ପ୍ରଦାନ

31

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରାଙ୍ଗ ଶାସନ ରେ ଦୀର୍ଘଦିନ ହେବ କିଛି ଭିନ୍ନକ୍ଷମ ଦୃଷ୍ଟିହୀନ ପିଲା ରହିଆସୁଛନ୍ତି। ଭଜନ ପରିବେଷଣ କରି ଜୀବିକା ନିର୍ବାହ କରନ୍ତି କିନ୍ତୁ କରୋନା ମହାମାରୀ ରେ ଲକଡାଉନ ସଟଡ଼ାଉନ ପାଇଁ ଜୀବିକା ହରେଇ ବସିରହିଛନ୍ତି।କିଛି ବଦାନ୍ୟ ବ୍ୟକ୍ତି ବିଜୟ କୁମାର ସାହୁ( ବିଜୁ), ହ୍ୟୁମାନ ରାଇଟସ ଫ୍ରଣ୍ଟ ରାଜ୍ୟ ସଂଯୋଜକ କଳ୍ପତରୁ ଖୁଣ୍ଟିଆ, ଗ୍ରାମବାସୀଙ୍କ ସହଯୋଗରେ ଏକ ଘରେ ରହିଆସୁଛନ୍ତି।କୁରାଙ୍ଗ ଶାସନର ସମାଜସେବୀ ବସନ୍ତ କୁମାର ବିଶ୍ବାଳ ବୟସ 80 ବର୍ଷ।ଭିନ୍ନକ୍ଷମ ଦୃଷ୍ଟିହୀନ ପିଲାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।ପ୍ରତିମାସରେ ଚାଉଳ ଏକ କୁଇଣ୍ଟାଲ ଦେବାର ବ୍ୟବସ୍ଥା କରିଛନ୍ତି।ଆଜି କିଛି ରାସନ ସାମଗ୍ରୀ ,ବିସ୍କୁଟ ପ୍ରଦାନ କରିଥିଲେ।କିଛି ମିଠା ପୋଡ଼ ପିଲାମାନେ ଖାଇବାପାଇଁ ବ୍ୟବସ୍ଥା କରିଥିଲେ।80 ବର୍ଷ ବୟସରେ ଏଭଳି ମହତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥିବାରୁ ସାଧାରଣରେ ଲୋକେ ପ୍ରଶଂସା କରିଥିଲେ ।ଭିନ୍ନକ୍ଷମ ଦୃଷ୍ଟିହୀନ ପିଲାଙ୍କ ପ୍ରଶାସନ ନିକଟରେ ଅନୁରୋଧ ସେମାନଙ୍କୁ ସ୍ଥାୟୀ ରହିବାର ବ୍ୟବସ୍ଥା ଓ କିଛି ସହାୟତା କଲେ ଉପକୃତ ହେବେ।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More