ସମାଜସେବୀଙ୍କ ମୃତ୍ୟୁରେ ଶୋକ ସଭା

28

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ତାର ଆଜୀବନ ସଭ୍ୟ ଆଇ ଭି କୋଟେଶ୍ୱର୍ ରାଓ ଙ୍କୁ ସବୁଦିନ ପାଇଁ ହରାଇ ବସିଲା । ସ୍ବର୍ଗତ କୋଟେଶ୍ୱର ଜଣେ ସମାଜସେବୀ ,ଜିଲ୍ଲା ଲାଇନ୍ସ କ୍ଳବ୍ ଗଭର୍ଣ୍ଣର ସହିତ ଜଣେ ପ୍ରତିଷ୍ଠତ ବ୍ୟବସାୟୀ ଭାବେ ନିଜକୁ ପତିଷ୍ଠା କରି ଅନ୍ୟ ମାନଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିଥିଲେ ତାଙ୍କ ଜୀବନକାଳ ମଧ୍ୟରେ ସେ ଜିଲ୍ଲା ଚମ୍ବର୍ସ ଅଫ୍ କମର୍ସର ଉପଦେଷ୍ଠ,ଜିଲ୍ଲା ସେଲ ଟାକ୍ସର ଉପଦେଷ୍ଠା, ସହିତ ଓଡ଼ିଶା ଅର୍ଯ୍ୟ ମହାସଭାର ରାଜ୍ୟ ସମ୍ପାଦକ ବି ରହିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବୟସ ହୋଇଥିଲା ତାଙ୍କ ବିୟୋଗ ରେ ନବରଙ୍ଗପୁର ସହର ରେ ବିଶେଷ କରି ବ୍ୟବସାୟୀ ମହଲ ରେ ଦୁଃଖ ଖେଳି ଯାଇଥିଲା।ସବୁଠାରୁ ବଡ କଥା ହେଉଛି ତାଙ୍କ ବଡ ଝିଅ ହିନ୍ଦୁ ରୀତିନୀତି ଅନୁଯାୟୀ ସବୁ କରି ମୁଖାଗ୍ନି ଦେଇଥିଲେ। ସଭାର ସଭାପତି ନାରାୟଣ ପଣ୍ଡା ସ୍ବର୍ଗତ କୋଟେଶ୍ଵର୍ ଜଣେ ମେଳାପି ବ୍ୟକ୍ତି ଥିବାର କହିଥିଲେ। ଡ ରାଧାନାଥ ବେହେରା ନିଜ ବକ୍ତବ୍ୟରେ କହିଥିଲେ ସେ ଜଣେ ଆଗ ଧାଡ଼ିର ବ୍ୟକ୍ତି ପ୍ରତି କଥାରେ ଆଗରେ ଆସି ଠିଆ ହେଉଥିଲେ। ନବରଙ୍ଗପୁରର ପ୍ରତ୍ୟେକ ମଠ ମନ୍ଦିର ସହିତ ଯୋଗାଯୋଗ କରି ତାର ଉନ୍ନତି ଦିଗରେ କାମ କରୁଥିଲେ। ସ୍ବର୍ଗତ କୋଟେଶ୍ଵରଙ୍କ ସ୍ମୁତିରେ କିଛି କାର୍ଯ୍ୟ ତାଙ୍କ ପରିବାର ହେଉ କିମ୍ବା ପାଠାଗାର ତରଫରୁ କରାଯିବାର ବ୍ୟବସ୍ଥା କରିବାକୁ ସମସ୍ତ ଉପସ୍ଥିତ ସଭ୍ୟ ମାନେ ପ୍ରସ୍ଥାବ ରଖିଥିଲେ ।ଏଥିରେ ବରିଷ୍ଠ କର୍ମକର୍ତ୍ତା ଗୋପବନ୍ଧୁ ବିଷୋୟୀ,ବିଜୟ କୁମାର ଚୌଧୁରୀ,କୁମୁଦ ପଟ୍ଟନାୟକ, ନିରଞ୍ଜନ ମିଶ୍ର,ଜଗନ୍ନାଥ ବେହେରା ,ରଜନୀ ପାତ୍ର ,ତ୍ରିବିକ୍ରମ ନନ୍ଦ ପ୍ରମୂଖଙ୍କ ସହିତ ଅନେକ ବୁଦ୍ଧିଜୀବୀ ଯୋଗ ଦେଇ ସ୍ମୁତି ଚାରଣ ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାରକୁ ଧୈର୍ଯ୍ୟ ଏବଂ ସାହସ ଦେବାକୁ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More