ସମାଜସେବା ଶଶିନନାଙ୍କ ନିଶା

26

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ) : – ଆଜି ଏକ ବିଶାଳ ମାଗଣା ସ୍ଵାସ୍ଥ୍ୟ ସେବା, ନିଶୁଳ୍କ ଚକ୍ଷୁ ଚିକତ୍ସା ଶିବିର ବାଲେଶ୍ଵର ଜିଲ୍ଲା ଖାଇର ବ୍ଲକ କୁପାରି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ଫାର୍ମାସିଷ୍ଟ – ଚିତରଞ୍ଜନ ପୃଷ୍ଟି, ପାଥଲୋଜିଷ୍ଟ – ଶାନ୍ତନୁ କୁମାର ମେଡିକାଲ ଆଟେଣ୍ଡାଣ୍ଟ – ଦାମ ମୁଖୀ ଚକ୍ଷୁ ଡାକ୍ତର – ପାପାନି ବେହେରା ଆସିଷ୍ଟାଣ୍ଟ – ନରେନ୍ଦ୍ର ପଣ୍ଡା ୩୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ, ୨୦୦ରୁ ଉର୍ଦ୍ଧ୍ବ ଚକ୍ଷୁ ଚିକତ୍ସା ସହ ୩୦ ମୋତିଆ ବିନ୍ଦୁ ରୋଗୀଙ୍କୁ ଚିନ୍ହଟ କରାଯାଇ ଅପରେସନ ପାଇଁ ପରାମର୍ଶ ଦିଆ ଯିବା ସହ ନିଶୁଲ୍ମ ଔଷଧ ବଣ୍ଟନ କରାଯାଇଥିଲା । ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର, ନିଶୁଲ୍ମ ଚକ୍ଷୁ ଚିକିତ୍ସା ଶିବିର ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀ ଶଶୀ କୁମାର ସାହୁଙ୍କ ତତ୍ୱାବଧାନ ଏବଂ ଆୟୁଷ୍ମlନ୍ ଫାଉଣ୍ଡେସନର ସହଯୋଗରେ ଖଇରା ବ୍ଳକ କୁପାରି କଲ୍ୟାଣୀ ମଣ୍ଡପ ଠାରେ ଆୟୋଜନ କରାଯାଇଥିଲା । ଅତିଥି ମାନଙ୍କ ଗହଣରେ ସମାଜସେବୀ ଶ୍ରୀ ଶଶୀ କୁମାର ସାହୁ, କୁପାରୀ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ଦାସ, ୩ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ଗଜେନ୍ଦ୍ର ଦାସ, କଇଥଗଢିଆ ସରପଞ୍ଚ ପ୍ରତିନିଧି ଗୋବର୍ଦ୍ଧନ ପାଇକରାୟ, ହରିପୁର ସମିତି ସଭ୍ୟ ଅମିର କୁମାର ବିଶ୍ବାଳ, ପଳସା ପଞ୍ଚାୟତ ସରପଞ୍ଚ ମନୋରଂଜନ ସାହୁ, ଗଡ଼ପୋଖରୀ ସମିତି ସଭ୍ୟ ଶତ୍ରୁଘ୍ନ ସେଠି ଏବଂ ବିଭିନ୍ନ ପଞ୍ଚାୟତ ର ଯୁବ ନେତୃତ୍ୱ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଟିକୁ ଆୟୁଷ୍ମlନ୍ ଫାଉଣ୍ଡେସନ ର ସଂସ୍ଥାପକ ଶ୍ରୀମନ୍ତ ବିଶ୍ଵାଳ ପରିଚାଳନା କରିବା ସହ ଦିବ୍ୟ ଜ୍ୟୋତି ମହାପାତ୍ର, ଅକ୍ଷୟ ଧିନ୍ଦା, ଦୀପକ ପ୍ରଧାନ, ହିମାଂଶୁ ମହଲା , ତାପସ ବିଶ୍ଵାଳ, ମୁରଲୀ ଜେନା ପ୍ରମୁଖ ସହଯୋଗ କରିଥିଲେ, ଏହି ଭଳି ସମାଜସେବା ଆଗକୁ ଜାରି ରହିବ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ବାଲେଶ୍ୱର ଖାଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More