- କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଏ ସମାଜରେ ଘଟୁଥିବା ପାରିବାରିକ ହିଂସା କୁ ସମାଧାନ କରୁଛି ଗରିବ ନାରୀଶକ୍ତି ସଂଗଠନ। ଆପଣମାନେ ଜାଣିଥିବେ ପ୍ରତେକ ଦିନ ବହୁ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ମହିଳାମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତେକ ଥାନାରେ ପୁଳା ଅଭିଯୋଗ ମଧ୍ୟ ହେଉଛି। ସେହି ଛୋଟ ବଡ଼ ସମସ୍ୟାକୁ ସମାଧାନ କରିବାପାଇଁ ଅଣ୍ଟା ଭିଡିଛି ଗରିବ ନାରୀଶକ୍ତି ସଂଗଠନ। ଜମିବାଡି ବିବାଦ ଠାରୁ ଆରମ୍ଭ କରି ସ୍ଵାମୀ ସ୍ତ୍ରୀଙ୍କ ବିବାହ ବିଚ୍ଛେଦକୁ ସମାଧାନ କରିବାରେ ସଫଳ ହୋଇଛି। ଆଜି ୧୫-୫-୨୦୨୨ ରିଖ ଦିନ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳଭା ଗ୍ରାମର ନିଳିମା ଦାସ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ବଉଳ କଣି ଗ୍ରାମର ପ୍ରଭାସ ବେହେରାଙ୍କ ମଧ୍ୟରେ ମନ ମାଳିନ୍ୟର ଆଜି ଅନ୍ତ ଘଟିଛି। ଏହି ଗରିବ ବନ୍ଧୁ ନାରୀ ସଂଗଠନର ସଂଯୋଜକ ପ୍ରମୋଦ କୁମାର ପରିଡ଼ା, ସଭାନେତ୍ରୀ ଦୈପଦୀ ମଲ୍ଲିକ, ସମ୍ପାଦକ ଲକ୍ଷ୍ମୀପ୍ରିୟା ମଲ୍ଲିକ, ଆଇନଜିବୀ ସୁରେଶ କୁମାର ନରେନ୍ଦ୍ର ଓ ସଂଗଠନର ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ଵାମୀ ପ୍ରଭାସ ବେହେରା ତାଙ୍କ ସ୍ତ୍ରୀ ନୀଳିମା ଦାସଙ୍କୁ ନିଜ ଘରକୁ ନେଇଥିଲେ। ଗରିବ ବଂଧୁ ନାରୀଶକ୍ତି ସଂଗଠନର ଏଭଳି ଜନମଙ୍ଗଳ କାର୍ଯ୍ୟ ପାଇଁ ସମାଜସେବୀ ତଥା ଯୁବନେତା ସୁଶାନ୍ତ କୁମାର ପଣ୍ଡା ପ୍ରଶଂସା କରିଥିବା ନଜରକୁ ଆସିଛି।
Get real time updates directly on you device, subscribe now.
Next Post