ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ପଡିଲେ ଟାଟା ପାୱାରର ଜିଏମ ନାରାୟଣ ଦାସ

11

Get real time updates directly on you device, subscribe now.

ବାଲେଶ୍ଵର (ସଂଘର୍ଷ ମିଡିଆ) : – ନାରାୟଣଙ୍କୁ ଝୁରୁଛି ନିଜ ଗାଁ ମାଟି ସାରୁଙ୍ଗା, ନାରାୟଣଙ୍କ ମୃତ୍ୟୁ ଖବର ଶୁଣି ସ୍ତବ୍ଧହେଇଯାଇଥିଲା ପୁରା ଗାଁ, ପରିବାର ଲୋକେ ଗ୍ରହଣ କରିପାରୁନଥିଲେ ନାରାୟଣଙ୍କ ମୃତ୍ୟୁ ଖବରକୁ, ଏମିତି ଏକ ଦୁଃଖଦ ଘଟଣା ଦେଖିବକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରୁଙ୍ଗl ଠାରେ, ନାରାୟଣ ଦାଶ ଦୀର୍ଘ ଦିନ ଧରି କେଉଝର ଜିଲ୍ଲାର ବିଦ୍ୟୁତ୍ ବିଭାଗର ଏ ସି ଭାବରେ କାର୍ଯ ସମ୍ପାଦନ କରିଆସୁଥିଲେ,ଗତ ତା ୨୨/୦୬/୨୦୨୩ ରିଖରେ ଶ୍ରୀଯୁକ୍ତ ଦାଶଙ୍କର ବାଲେଶ୍ୱର ଜିଲ୍ଳାକୁ ବଦଳି ହୋଇଥିଲା, ବାଲେଶ୍ୱରରେ ସେ TPNODL ର G.M ଭାବରେ କାର୍ଯ୍ୟ କରିଆସୁଥିଲେ, ଗତ କାଲି ସେ ବାଲେଶ୍ବରରୁ ଭଦ୍ରକ ବାସଭବନକୁ କରମଣ୍ଡଳରେ ଫେରୁଥିଲେ ହେଲେ ମୃତ୍ୟୁ ଯେମିତି ତାଙ୍କୁ ଅଧା ବାଟରେ ଅପେକ୍ଷା କରିଥିଲା, ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଟ୍ରେନଟି ଅତି ଭୟାନକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏବଂ ଶ୍ରୀଯୁକ୍ତ ଦାସଙ୍କର ସେହିଠାରେ ମୃତ୍ୟୁ ଘଟିଥିଲା, ଖବର ପାଇ ତାଙ୍କ ଭାଇ ଏବଂ ଗ୍ରାମବାସୀ ସେଠାରେ ପହଂଚି ବହୁ ଖୋଜାଖୋଜି କରି ମୃତ ଦେହକୁ ଚିହ୍ନଟ କରିଥିଲେ, ପରେ ଶ୍ରୀଯୁକ୍ତ ଦାଶଙ୍କ ମୃତ ଦେହକୁ ଶେଷକୃତ୍ୟ ସଂପନ୍ନ ପାଇଁ ତାଙ୍କ ପୈତୃକ ବାସଭବନ ସାରୁଙ୍ଗlକୁ ଅଣାଯାଇଥିଲା , ଶ୍ରୀଯୁକ୍ତ ଦାଶଙ୍କ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ଲୋକ, ବାଲେଶ୍ୱର, ଭଦ୍ରକ,ମୟୁରଭଞ୍ଜ ଓ କେଉଝର୍ ଜିଲ୍ଲାର TPNODL ର ବରିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ, ମାନ୍ୟବର ଓଡ଼ିଶା ସରକାରଙ୍କ କଳା ସଂସୁକୃତି ଓ ମାନବ ସମ୍ବଳ ବିକାଶ ବିଭାଗର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶଶି କୁମାର ସହୁ ତାଙ୍କ ସାରୁଙ୍ଗlସ୍ଥିତ ପୈତୃକ ବାସଭବନ ପହଞ୍ଚି ଶ୍ରୀଯୁକ୍ତ ଦାଶଙ୍କ ଶେଷ ଦର୍ଶନ କରିଥିଲେ । ବାଲେଶ୍ୱର ଖଇରାରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More