ସତ୍ୟ ଓ ନ୍ୟାୟ ପାଇଁ ସ୍ୱର ଉତ୍ତଳନ କରିବାକୁ ରାଉରକେଲା ସହରରେ ଯୋଡିହେଲା ଆଜି ଆଉ ଏକ ଫର୍ଦ

23

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ ) : “ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ର ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ମୁଖ୍ୟ ଅଫିସର କର୍ମକର୍ତ୍ତା ଗଣଙ୍କୁ ଆଜି ରାଉରକେଲା ର ହନୁମାନ ବାଟିକାରେ ଚୟନ କରାଯାଇ ସେମାନଙ୍କୁ ସମସ୍ତଙ୍କୁ ନିସ୍ଵାର୍ଥପରତା ସହିତ “ଏକ ମାନବ ଜାତିର ଅଧିକାର” ପାଇଁ କିପରି ଏକତ୍ର ସ୍ୱର ଉତ୍ତଳନ କରାଯାଇ ଆଜିକାର ଏହି ଦୁର୍ନୀତି ଓ ଭ୍ରଷ୍ଟାଚାରି ଲୋକଙ୍କ କବଳରୁ ଏ ସମାଜକୁ ରକ୍ଷା କରାଯାଇ ପାରିବ, କିପରି ଜଣେ ଦେଶ ପ୍ରେମୀ ସୈନିକ ଟିଏ ପରି ଦେଶର ସୀମାଉପରେ ରହି ଦେଶ ଓ ମାଟିର ସୁରକ୍ଷା କରାଯାଏ ଏବଂ ଠିକ ସେହିଭଳି ଆମ ନିଜ ଦେଶ ଭିତରେ ଥିବା କିଛି ଘୋର କଳିଯୁଗର ରାକ୍ଷସ ସଦୃଶ୍ୟ ଦୁଷ୍ଠ-ଖଳ ଲୋକଙ୍କ ଗୁଣ୍ଡାରାଜ ଅଥବା “ମାନବ ଅଧିକାର” କୁ କ୍ଷୁର୍ଣ୍ଣ କରୁଥିବାର ହୀନ ଚକ୍ରାନ୍ତର ପ୍ରାୟସକୁ ସମୂଳେ ମାତ ଦେବାକୁ ଯାଇ ଆଜି “IHRD-CHAIRMAN” ମାନ୍ୟବର ଶ୍ରୀଯୁକ୍ତ ମୀନକେତନ ପଟ୍ଟନାୟକ ମହୋଦୟ ମୁଖ୍ୟଅତିଥି ଭାବେ ଓ IHRD-ର ଓଡିଶା ଷ୍ଟେଟ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଜିତେନ୍ଦ୍ର ପାତ୍ର ମହୋଦୟ ସନମାନୀୟ ଅତିଥିଭାବେ ଯୋଗଦେଇ ଅତି ସୁନ୍ଦରଭାବେ କାର୍ଯ୍ୟକ୍ରମ ଟିକୁ ସମ୍ପାଦନ କରାଇଥିଲେ । ସଙ୍ଗଠନର CHAIRMAN SIR ଙ୍କର କହିବା ମୁତାବକ IHRD-ସୁନ୍ଦରଗଡ଼ DISTRICT BOARD ର ସଭାପତି ଦାଇତ୍ୱଟିକୁ ପୂର୍ବର “MAY I HELP YOU” ନାମକ ସ୍ବେଛାସେବୀ ସଙ୍ଗଠନର ଫାଉଣ୍ଡର ଶ୍ରୀଯୁକ୍ତ ବିଶ୍ୱଜିତ ମଲ୍ଲିକ(ମୁନ୍ନା)ଙ୍କୁ ପ୍ରଦାନ କରାଯିବା ସହିତ ଉପ-ସଭାପତି ଭାବେ ଅନ୍ୟଏକ ସମାଜସେବୀ ଶ୍ରୀଯୁକ୍ତ ପ୍ରଦୀପ ପାତ୍ରଙ୍କୁ ଏବଂ ଏହି ସଙ୍ଗଠନର ଜେନେରାଲ ସେକ୍ରେଟାରୀ ପଦବୀରେ ବର୍ତମାନର ସାମ୍ବାଦିକ ଶ୍ରୀଯୁକ୍ତ ସରୋଜ ବେହେରା-(ଲୁନା ଭାଇ)ଙ୍କୁ ମନୋନୀତ କରିଥିବା ସାଙ୍ଗକୁ ସେକ୍ରେଟାରୀ ପଦବୀରେ ଆମ ରାଉରକେଲା ସହରର ଆଉ ଏକ ମହାନ ସମାଜସେବୀ /ଏଇ ନିକଟ ଅତୀତରେ ତାଙ୍କୁ ଉତ୍କଳ ସନମାନରେ ସନମାନିତ କରାଯାଇଥିବା ମାନ୍ୟବର ଶ୍ରୀଯୁକ୍ତ ବିଜୟ ସୁନ୍ଦରାୟଙ୍କୁ ମନୋନୀତ କରାଯାଇଥିଲା ଏବଂ ଏହିପରି ଆହୁରି ଅନେକ ଆଗଧାଡିର ସମାଜର ମଙ୍ଗଳକାରୀ ସମାଜସେବୀଙ୍କୁ ଏକତ୍ରକରି ସତ୍ୟ ଓ ନ୍ୟାୟ ମାଧ୍ୟମରେ ମଣିଷର ମାନବିକତା ଅଧିକାରଟିକୁ ବଞ୍ଚାଇ ରଖିବାକୁ ଆପ୍ରାଣ ପ୍ରଚେଷ୍ଟା ଜାରି ରଖିଛୁ ଓ ରଖିଥିବୁ ବୋଲି ମତ ପ୍ରକାଶ କରିଥିଲେ ଶ୍ରୀଯୁକ୍ତ ପଟ୍ଟନାୟକ ସାର ମହୋଦୟ। ସୁନ୍ଦରଗଡ଼ ବ୍ୟୁରୋ ରାନୁ ମହାପାତ୍ର ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More