ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଠିଥିବା ଯୁବକଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର କ୍ଷତିପୂରଣ

9

Get real time updates directly on you device, subscribe now.

କନ୍ଧମାଳ( ସଂଘର୍ଷ ମିଡିଆ ): କନ୍ଧମାଳ ଜିଲ୍ଲା ନୁଆଗାଁରେ ଥିବା ରାମେଶ୍ୱର ମନ୍ଦିର ପାଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଠିଥିବା ଯୁବକ ଦିଲିପ ବିଶୋଇଙ୍କ ପରିବାରକୁ ମିଳିଲା ୫ଲକ୍ଷ ଟଙ୍କାର କ୍ଷତିପୂରଣ। ସେହି ଅଞ୍ଚଳର ଯୁବକ ଦିଲିପ ବିଶୋଇଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଛି (ଆରକେଡି) ନାମକ ଠିକା ସଂସ୍ଥା । ସୂଚନା ଯୋଗ୍ୟ ଦିଲିପ ସେହିଦିନ ନିକଟରେ ଥିବା ଗ୍ରାହୀବଲି ନଦୀରୁ ଗାଧେଇ ସାରି ଫେରୁଥିବା ବେଳେ ତାକୁ (ଆରକେଡି) କମ୍ପାନୀର ଗୋଟିଏ ଗାଡ଼ି ଧକ୍କା ଦେଇଥିଲା । ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ମାନେ ସେଠାରେ ରାସ୍ତା ରୋକ କରିବା ସହିତ କ୍ଷତି ପୁରଣ ଦାବି କରିଥିଲେ । ଆଜି ସଂସ୍ଥାର ପ୍ରକଳ୍ପ ପରିଚାଳକ ନୁଆଗାଁରେ ତହସିଲଦାରଙ୍କ ଉପସ୍ଥିତିରେ ମୃତ ଦିଲିପଙ୍କ ପିତା ସୁଧିର ବିଶୋଇଙ୍କୁ ତାଙ୍କ ଘରକୁ ଯାଇ ୫ଲକ୍ଷ ଟଙ୍କା ଏକ ଚେକ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖି ଥିବାରୁ ଗ୍ରାମବାସୀ ମାନେ ସଂସ୍ଥାକୁ ଧନ୍ୟବାଦ ଦେଇଛନ୍ତି । ଦିଲିପ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ତାଙ୍କ ବାପାଙ୍କର ବୟସ ୬୫ବର୍ଷ ତେଣୁ ସେ ମଧ୍ୟ କୋୖଣସି କାମଧନ୍ଦା କରିପାରିବେ ନାହିଁ। ତେଣୁ ତାଙ୍କ ପରିବାରକୁ ଏହି ଆର୍ଥିକ କ୍ଷତିପୂରଣ ପ୍ରଦାନ କାରିବାକୁ ଦୁର୍ଘଟଣା ଦାବି କରିଥିଲେ ଗ୍ରାମବାସୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More