ସଡକ ଦୁର୍ଘଟଣାରେ ୯ ଆହତ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ବାଟଗାଁ ଛକରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ ସାଇଡ୍ ମାରିବାରୁ ବରଯାତ୍ରୀ ବସ୍ ଓଲଟିପଡିଛି । ଏଥିରେ ରାସ୍ତାରେ ଯାଉଥିବା ଜଣେ ବାଇକ୍ ଚାଳକ ସମେତ ୯ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପୁଲିସ ପିସିଆର୍ ଭ୍ୟାନ ଓ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସଦର ଥାନା ପୁଲିସ ଉକ୍ତ ବସ୍ ଓ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ବୁଧବାର ଦିନରେ ବ୍ରହ୍ମଗିରି କାଣ୍ଡଗଦାରୁ ଏକ ବରଯାତ୍ରୀ ବସ୍ ଶଙ୍କରେଶ୍ୱର ମନ୍ଦିର ଆସିଥିଲା । ବିବାହ ପରେ ପ୍ରସାଦ ଖାଇ ସାରି ୧୮ଜଣ ବରଯାତ୍ରୀ ଏହି ବସ୍‌ରେ ଅପରାହ୍ଣରେ ଫେରୁଥିଲେ । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ବାଟଗାଁ ଛକରେ ଏକ ବାଇକ୍ ହଠାତ୍ ବସ୍ ଆଗକୁ ପଳାଇ ଆସିଥିଲା । ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ବସ୍ ଡ୍ରାଇଭର ଭାରସାମ୍ୟ ହରାଇବସିଥିଲେ । ପରେ ବସ୍‌ଟି ବାଇକ୍ ସହ ପିଟିହୋଇ ରାସ୍ତାକଡ଼କୁ ଓଲଟିପଡିଲା । ଏହାଦେଖି ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ହୋହହ୍ଲା ହୋଇ ବସ୍ ପାଖକୁ ଧାଇଁ ଆସିଲେ । ପରେ ବସ୍ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ପୁଲିସ ପିସିଆର୍ ଭ୍ୟାନ ଓ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More