ସଡକ ଦୁର୍ଘଟଣାରେ ମହିଳା ମୃତ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଭଣ୍ଡିମାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଭଣ୍ଡିମାଳ ଗ୍ରାମର ପଦଲାମ ଜାନୀ ନିଜ ପରିବାର ସହ ଗ୍ରାମ ଠାରୁ ପ୍ରାୟ ୫ ମିଟର ଦୂରରେ ଘର କରି ରହୁଛନ୍ତି | ଶୁକ୍ରବାର ରାତିରେ ପଦଲାମ ଙ୍କ ସ୍ତ୍ରୀ ସୁନାମଣି ଜାନୀ (୪୫) ଗ୍ରାମ ମଧ୍ୟକୁ ପାଣି ପାଇଁ ଯାଇଥିଲେ | ପାଣି ଆଣିବା ସମୟରେ ରାସ୍ତାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା | ଫଳରେ ସୁନାମଣି ରାସ୍ତାରେ ପଡି ରହିଥିଲେ | କିଛି ସମୟପରେ ସେହି ରାସ୍ତା ଦେଇ ଗ୍ରାମର କିଛି ଲୋକ ତାଙ୍କୁ ଦେଖି ଉଦ୍ଧାର କରିବାସହ ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକ ଆସି ସୁନାମଣିଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଶନିବାର ଚିକିତ୍ସାଧୀନ ଅବସ୍ଥାରେ ସୁନାମଣିଙ୍କର ମୃତ୍ୟୁ ଘଟିଥିଲା | ଏନେଇ ତାଙ୍କ ପୁଅ ଦଇନୁ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସହ-ନିରୀକ୍ଷକ ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଯାଇଥିଲା | ଏନେଇ ଥାନା କେସ ନଂ ୯୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More