ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୩୯ ଉପରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପିକଅପ ଗାଡ଼ି ଧକ୍କା ଦେବାରୁ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ସୂଚନାଯୋଗ୍ୟ:- ଡାବୁଗାଁ ଭୈରବ ମହାବିଦ୍ୟାଳୟ +୨ ପ୍ରଥମ ବର୍ଷର ଛାତ୍ରୀ ଜ୍ୟୋତି ହରିଜନ ମହାବିଦ୍ୟାଳୟରୁ ଜୟନ୍ତିନଗର ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଉମରକୋଟ ଆଡୁ ଆସୁଥିବା ଏକ ଦୃତଗାମୀ ପିକଅପ ଗାଡି ନଂ ଓଡ଼ି ୨୪ଡି ୬୧୯୭ ଉକ୍ତ ଛାତ୍ରୀକୁ ପଛପଟୁ ଧକ୍କା ଦେଇଥିଲା ଫଳରେ ଛାତ୍ରୀ ଜଣକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଗାଡ଼ି ଧକ୍କା ଦେବା ପରେ ପଳାଇବାକୁ ଚେଷ୍ଟା କରୁଥିଲା କିନ୍ତୁ କିଛି ବାଟ ଯିବା ପରେ ଲୋକେ ଉକ୍ତ ଗାଡ଼ିକୁ ଅଟକାଇ ଥିଲେ | ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । କୌଣସି କାର୍ଯ୍ୟରେ ସେହି ବାଟ ଦେଇ ଯାଉଥିବା ଡାବୁଗାଁ ଆଇଆଇସି ସୁନିଲ କୁମାର ପ୍ରଧାନ ଉକ୍ତ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ନିଜ ପୋଲିସ ଗାଡିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତାଙ୍କୁ ପ୍ରାଥମିକ ଚିକିତ୍ସାରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି | ଉକ୍ତ ଗାଡିଟିକୁ ପୋଲିସ ଜବତ କରିଛି । ଥାନା ଅଧିକାରୀ ଙ୍କ ଏପରି କାର୍ଯ୍ୟକୁ ଡାବୁଗାଁ ଜନସାଧାରଣ ପ୍ରଶଂସା କରିଛନ୍ତି ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l