ସଜେଇ ହୋଇଚି କୋଣାର୍କ, କୋଣାର୍କ ଉତ୍ସବ- ୨୦୨୨ ପାଇଁ ପ୍ରସ୍ତୁତି ଶେଷ

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସଜେଇ ହୋଇଚି କୋଣାର୍କ। କୋଣାର୍କ ଉତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ଶେଷ । କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତି କୁ ନେଇ ମୁକ୍ତାକାଶ ରଙ୍ଗମଂଚ ସଜେଇ ହେଇ ଥିବା ବେଳେ ବାଲୁକା ଶିଳ୍ଫୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ସେପଟେ କୋଭିଡ କଟକଣା କୋହଳ ହେବା ପରେ ଚଳିତ ବର୍ଷ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଚି। ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ । ଅନ୍ୟପଟେ ମିନାବଜାର ଓ ଯାତ୍ରା ଉପରେ ଚଳିତ ବର୍ଷ କଟକଣା କୋହଳ ହୋଇଥିଲା ବେଳେ ଟ୍ରାଫିକ ସମସ୍ୟା ଓ ପେଟ୍ରୋଲିଂ କୁ ଦିଆଯାଇଛି ଗୁରୁତ୍ୱ ।
ଅ।ସନ୍ତା କାଲି ଡିସେମ୍ଵର ୧ ତରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ୨୦୨୨ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ । ରଙ୍ଗିନ ଆଲୋକରେ ଝଲସିବ କୋଣାର୍କ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବ କୁ ମଧ୍ୟ ଆକର୍ଷଣୀୟ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି । ୫ ଦିନିଅ। ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗ ମଂଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାର। ନୃତ୍ୟ ପରିବେଷଣ କରାଯିବ । ବାଲୁକା ମହୋତ୍ସଵରେ ଦେଶ ବିଦେଶର କଳାକାର ମାନେ ପ୍ରତିନିଧିତ୍ଵ କରିବେ ଏହି କାର୍ଯ୍ୟକ୍ରମରେ । ମୁକ୍ତାକାଶ ରଙ୍ଗମଂଚ ରେ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ଵାରା କଥକ,କୁଚୁପୁଡି,ଓଡିଶୀ ନୃତ୍ୟ,ଭାରତନାଟ୍ୟମ ପରିବେଷଣ କରାଯିବ, ଯେଉଁ ଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତି କୁ ନୃତ୍ୟ ମାଧ୍ୟମ ରେ ପରିବେଷଣ କରିବେ ନୃତ୍ୟଙ୍ଗନା ମାନେ । ବିଶେଷକରି ଏହି ନୃତ୍ୟଶିଳ୍ପୀ ମାନେ ଛତିଶଗଡ,ତାମିଲନାଡୁ,କେରଳ, ଆସାମ,ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲିର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ ହେବା ସହିତ ମାଲେସିଆ ନୃତ୍ୟ ଶିଳ୍ପୀଙ୍କ ଦ୍ଵାରା ଓଡିଶୀ ପରିବେଷଣ ହେବ । ସେହିପରି ବାଲୁକା ମହୋତ୍ସବରେ ଅ।ନ୍ତର୍ଜାତିୟ କଳାକାର ମାନଙ୍କ ଦ୍ଵାରା ବାଲିରେ ଜିବନ୍ତ ଛବି କୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଗତ ଦୁଇ ବର୍ଷ ଧରି ବିଦେଶୀ କଳାକାର ଓ ପର୍ଯ୍ୟଟକ ଙ୍କ ଉପରେ କଟକଣା ରହିଥିଲା ବେଳେ ଚଳିତ ବର୍ଷ ବିଦେଶୀ କଳାକାର ଓ ବାଲୁକା ଶିଳ୍ପୀ ଭାଗ ନେବା ର ଆଶା କରାଯାଉଛି । ଏହି ୫ ଦିନିଅ। ମହୋତ୍ସଵ ରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟ କୁ ନେଇ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ ।ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲ। ପ୍ରଶାସନ ପକ୍ଷରୁ ରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି,।ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ଵତତ୍ରଂ ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବ କୁ ଅ।ସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ଥର ଭାବରେ ଏହି ପାଞ୍ଚ ଦିନକୁ ସିସି ଟିଭି ମଧ୍ୟରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଦୀର୍ଘ ଦୁଇ ବର୍ଷ ପରେ ଦର୍ଶକ ମାନେ କୋଣାର୍କ ମହୋତ୍ସବ ସହିତ ବାଲୁକା କଳା ,ମିନା ବଜାର ଦେଖିବାର ସୁଯୋଗ ପାଇବେ ଦର୍ଶକ । ଯାହାକୁ ଉତ୍କଣ୍ଠା ସହ ଅପେକ୍ଷା ରେ ଅଛନ୍ତି ଦର୍ଶକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More