ସଚେତନ ନାଗରିକ ମଞ୍ଚର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

24

Get real time updates directly on you device, subscribe now.

ସୁବର୍ଣ୍ଣପୁର,(ସଂଘର୍ଷ ମିଡିଆ ) : ଗତକାଲି ସଚେତନ ନାଗରିକମଞ୍ଚର କାର୍ଯ୍ୟ କାରିଣୀ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ମେହେର ପାର୍କରେ ସନ୍ଧ୍ୟା ୬ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଓ ସମ୍ବଲପୁର-ଗୋପାଳପୁର ରେଳପଥ  ସୁବର୍ଣ୍ଣପୁର ଦେଇଯିବା ବିଷୟରେ  ଆଲୋଚନା ହୋଇଥିଲା। ପୂର୍ବରୁ ଉକ୍ତ ବିଷୟରେ ଆଲୋଚନା ହୋଇ ଜିଲ୍ଲା ପ୍ରଶାସନ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ , ମାନ୍ୟବର ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ ଓ ମାନ୍ୟବର ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ମାନ୍ୟବର ସାଂସଦ ବଲାଙ୍ଗିର ସଂଗୀତା ସିଂଦେଓଙ୍କ ଅବଗତି ଓ ବିହିତ ପଦକ୍ଷେପ ସକାଶେ ଅନୁରୋଧ କରାଯାଇଥିଲା। ରେଳ ପ୍ରକଳ୍ପ ବିଷୟରେ  ପତ୍ର,ମେଲ୍,ଟୁଇଟ ଓ ଜିଲ୍ଲା ପ୍ରଶାସନ ଜରିଆରେ ଜଣାଇଥିଲେ ମଧ୍ୟ କୋଣସି ଉତ୍ତର ନ ମିଳିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସେଥିପାଇଁ ଆଜି ଆଉଥରେ ଏକ ପତ୍ର ରେଳ ମନ୍ତ୍ରୀଙ୍କୁ ଲେଖିବା ସହ ତାରି ଏକ କିତା ନକଲ ସାଂସଦଙ୍କ ଅବଗତି ଓ ବିହିତ ପଦକ୍ଷେପ ନେବାକୁ ଅନୁରୋଧ ସକାଶେ ନିଷ୍ପତ୍ତି ନିଆଗଲା। ଏହା ସହ ପବିତ୍ର ଦେଵଭୂମି ସୁବର୍ଣ୍ଣପୁର ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳିଆ ହେରିଟେଜପ୍ରକଳ୍ପ ବିଷୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ  ଜିଲ୍ଲାର ସଦର ମହକୁମାଠାରେ ଚାଲୁ ରହିଥିବା ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ଼ କାର୍ଯ୍ୟ ଓ ମହାନଦୀ ସେତୁଠାରୁ କୁଞ୍ଜ ଢାବା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଅଗ୍ରଗତି ହେଉନଥିବାରୁ ଜିଲ୍ଲା ପ୍ରଶାସନ ଉପରେ ସଚେତନ ନାଗରିକ ମଞ୍ଚ ଅସନ୍ତୋଷ ଥିବା ମଧ୍ୟ ଜଣାଯାଏ। ଏଥିପାଇଁ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟ କିଭକି ସରିବ ତାଉପରେ ଗୁରୁତ୍ୱ ପ୍ରଦାନ କରନ୍ତୁ ବୋଲି ଏକ ପ୍ରସ୍ତାବ ଆଜି ଅନୁମୋଦନ କରିଥିବା ଜଣାଯାଏ।  ନଚେତ ଭବିଷ୍ୟତରେ କୋଣସି ଅପ୍ରୀତିକର ପରିସ୍ଥିତି ସକାଶେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସଚେତନ ନାଗରିକ ମଞ୍ଚ ସୂଚାଇ ଦେଇଛି। ପୂର୍ବରୁ ପ୍ରଶାସନ ସହ ଭେଟିବା ଅବସରରେ ଏହା ଅତି ଶୀଘ୍ର ସରିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବିକତାରେ ଏହା ବୋହୁ ଦୂରରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟ ସକାଶେ କଡା ଆଭିମୁଖ୍ୟ ସହ ଏହାର କାର୍ଯ୍ୟ ଶୀଘ୍ର ସାରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା କଥା ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେର ଙ୍କ ସମେତ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରାମକୃଷ୍ଣ ମେହେର   ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ମହେଶ ପୂଜାହାରୀ,ବାଙ୍କାନିଧି ରାୟଗୁରୁ, ସୂର୍ଯ୍ୟ ନାରାୟଣ ଦାସ, ନବଘନ ସାଣ୍ଢ, ପଞ୍ଚାନନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ରାମକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସୁବର୍ଣ୍ଣପୁର ରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More