କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳ ପୁର ଗ୍ରାମ ପଞ୍ଚାୟତ ନାହାଳପୁର ଗ୍ରାମ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଦାସ ତାଙ୍କ ପୁଅ ପ୍ରକାଶ ଚନ୍ଦ୍ର ଦାସ ଆଜକୁ ଆଠ ମାସ ହେବ କିଡିନ ରୋଗରେ ପୀଡିତ ଅଛନ୍ତି।ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯାହା ଅର୍ଥ ଥିଲା ପୁଅର ଚିକିତ୍ସା ରେ ଖର୍ଚ୍ଚ ହୋଇଗଲା।ଆମ ସଂଘର୍ଷ ମିଡିଆର ପ୍ରତିନିଧି ସନ୍ତୋଷ ପ୍ରଧାନ ଖବର ପ୍ରସାରଣ କରିଥିଲେ । ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ସିଆରପିଏଫ ର ଯବାନ ଦୀପକ କୁମାର ସାହୁ ଆମ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରି ଗାଁକୁ ଛୁଟିରେ ଆସି ସାଥୀପିଲାଙ୍କ ସହିତ ସହଯୋଗର ହାତ ବଢ଼ାଇଥିଲେ। ଦୀପକ କୁମାର ସାହୁ, ଗୋବର୍ଦ୍ଧନ ବେହେରା,ସରୋଜ ବେହେରା,ନିରଞ୍ଜନ ସାହୁ,ଲେଲିନ ବେହେରା ପ୍ରମୁଖ ସହଯୋଗର ହାତ ବଢ଼ାଇଲେ। ଉଦୟ ନାଥ ଭାରତ ଗ୍ୟାସ ମାଲିକ ହେମନ୍ତ ବାବୁ ସହଯୋଗର ହାତ ବଢ଼ାଇଲେ।ପରିବାର ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ଦିଆଗଲା।ପରିବାର ପକ୍ଷରୁ ଅନୁରୋଧ ପ୍ରଶାସନ କିଛି ସହଯୋଗ କଲେ ହୁଏତ ତାଙ୍କ ପୁଅର ଜୀବନ ବଞ୍ଚିଯିବ ଓ ପରିବାର ମୁହଁରେ ହସ ଫୁଟିପାରିବ। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।