ସଙ୍ଗରୋଧ କେନ୍ଦ୍ରରେ ପ୍ରେମିକକୁ ଭେଟିବାକୁ ଆସି ପ୍ରେମିକା ବିବାହ ବନ୍ଧନରେ ଆବଦ୍ଧ

35

Get real time updates directly on you device, subscribe now.

ବରପାଲି ( ସଂଘର୍ଷ ମିଡିଆ ) : କରୋନା କାଳରେ କେତେକେତେ ନୂଆ ନୂଆ କଥା ଦେଖିବାକୁ ମିଳୁଛି । ସଙ୍ଗରୋଧ କେନ୍ଦ୍ରରେ ଅନେକ ନିଜ ପରିଜନଙ୍କ ମୃତ୍ୟୁଖବର ପାଉଛନ୍ତି । ସଙ୍ଗରୋଧରେ ଥାଇ ଅନେକ ମୃତ୍ୟୁବରଣ କରୁଛନ୍ତି । ସଙ୍ଗରୋଧ ସମୟରେ ସନ୍ତାନ ପ୍ରସବ ଖବର ମିଳୁଛି ଆଉ ଏବେ ବରଗଡ଼ ଜିଲା ବରପାଲି ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବିବାହ ବେଶ୍ ଚର୍ଚିତ ହୋଇଛି । ପୂର୍ବରୁ ଉପକୂଳ ଓଡ଼ିଶାର ଏକ ସଙ୍ଗରୋଧ କେନ୍ଦ୍ରରେ ଥିବା ଦୁଇ ଫେରାର ପ୍ରେମିକ-ପ୍ରେମିକାଙ୍କର ହାତଗଣ୍ଠି ପଡ଼ିଥିଲା। ସେମିତି ବରପାଲିର ସଙ୍ଗରୋଧ କେନ୍ଦ୍ରରେ ପ୍ରେମିକକୁ ଭେଟିବାକୁ ଆସି ପ୍ରେମିକା ବିବାହ ବନ୍ଧନରେ ଆବଦ୍ଧ ହୋଇଛି । ବିଡ଼ିଓ, ତହସିଲଦାର, ସରପଞ୍ଚ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି । ଘଟଣାଟି ଏହିପରି । ବରଗଡ଼ ଜିଲା କୁମ୍ଭାରୀ ଗାଁର  ମହାନନ୍ଦ କଲେତ ତିନିମାସ ତଳେ କାମଧନ୍ଦା ଅନ୍ୱେଷଣରେ ତାମିଲନାଡ଼ୁ ଯାଇଥିଲେ।  ସେଠାରେ ଏକମାସ ନ ପୂରୁଣୁ ଲକ୍‌ଡାଉନ ଘୋଷଣା ହେବାରୁ କାମଧନ୍ଦା ବନ୍ଦ ହୋଇଗଲା ଏବଂ ଘରକୁ ଫେରିବା ଲାଗି ମହାନନ୍ଦ ନିଜନାମ ପଞ୍ଜୀକୃତ କରି୍‌ଥିଲେ । ଗତ ୪ଦିନ ତଳେ ସେ କୁମ୍ଭାରୀ ପହଞ୍ଚିବା ପରେ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସେ ତାମିଲନାଡ଼ୁ ଯିବା ପୂର୍ବରୁ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ସଂପୃକ୍ତ ଯୁବତୀଙ୍କ ଘର ବେଲପାହାଡ଼ ଅଞ୍ଚଳରେ । ମହାନନ୍ଦ ଗାଁରକୁ ଫେରିବା ଖବର ପାଇଁ ଯୁବତୀଜଣକ ସଙ୍ଗରୋଧ କେନ୍ଦ୍ର ନିକଟରେ ପହଞ୍ଚିଥିଲେ। ସଙ୍ଗରୋଧ କେନ୍ଦ୍ର ଭିତରକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଥିବାରୁ ସେ ଆଖପାଖରେ ବୁଲୁଥିଲେ । ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀମାନେ ଯୁବତୀଙ୍କୁ ଡ଼ାକି ଘଟଣା ସମ୍ପର୍କରେ ପଚାରିଥିଲେ । ଯୁବତୀ ମହାନନ୍ଦଙ୍କୁ ଭଲ ପାଉଥିବା ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ । ଅଧିକାରୀମାନେ ଦୁଇଦିନ ପରେ ମହାନନ୍ଦ ଏଠାରୁ ଛାଡପାଇ ନିଜଘର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ,  ସେତେବେଳେ ଉଭୟ ଦେଖାସାକ୍ଷାତ କରିବ ବୋଲି ବୁଝାଇଥିଲେ। କିନ୍ତୁ ଉକ୍ତ ଯୁବତୀ ମହାନନ୍ଦଙ୍କ ସହ ରହିବାକୁ ଜିଦ୍‌ କରିବାରୁ ଅଧିକାରୀମାନେ ଯୁବତୀଙ୍କ ସହ ମହାନନ୍ଦ କଲେତର ବିବାହ କରାଇ ଦେଇଥିଲେ । ନିରାଡ଼ମ୍ବର ଭାବରେ  ବାହାଘର ହୋଇଥିଲା। ୪ଟି ଲାଲ୍‌ଚୁଡ଼ି, ସିନ୍ଦୁର ଫରୁଆ, ଦୁଇଟି ଫୁଲମାଳ ଏବଂ ଏକ ମଙ୍ଗଳସୂତ୍ରରେ ସରିଥିଲା ଏହି ବାହାଘର । ସରକାରୀ ଅଧିକାରୀ, ସରପଞ୍ଚ ସମସ୍ତେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ଓ ମିଠା ଖୁଆଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More