କଳାହାଣ୍ଡି ( ସଂଘର୍ଷ ମିଡିଆ ) : କଳାହାଣ୍ଡି ଜିଲ୍ଲା ସଦରମହକୁମାରେ ଥିବା ଓଆନଷ୍ଟପ ସେଣ୍ଟର(ସଖି)ର ପ୍ରଥମ ବାର୍ଷିକ ଉତ୍ସବ ପାଳିତହୋଇ ଯାଇଛି।ଅତ୍ୟାଚାରିତା ନାରୀମାନଙ୍କୁ କିପରି ନ୍ୟାୟ ମିଳିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଅତିଥିମାନେ ଆଲୋଚନା କରିଥିଲେ। ଉତ୍ସବକୁ ଶାଖା ପରିଚାଳିକା ସୁଶ୍ରୀ ବିନିତା ଦାସ ପରିଚାଳନା କରିବା ସହ ଏକ ବର୍ଷ ମଧ୍ୟରେ ସରକାରୀ ପ୍ରଶାସନ ହେଉବା ପୋଲିସ ପ୍ରଶାସନ ପକ୍ଷରୁ ଆମ ଅନୁଷ୍ଠାନକୁ ବହୁ ସାହାଯ୍ୟ ମିଳିପାରିଛି । ଏଥିପାଇଁ ୫୫ଟି ମାମଲାକୁ ସମାଧାନ କରି ପାରିଛୁ । ଆଗାମୀ ଦିନରେ ଏପରି ସମସ୍ତ ଙ୍କ ସହଯୋଗର ହାତ ବଢ଼ିଲେ ସଖି ସେଣ୍ଟର ଜିଲାରେ ମହିଳାଙ୍କ ପାଈଁ ନ୍ୟାୟ ପ୍ରଦାନରେ ଅଗ୍ରଣି ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଯୁବଳି ବୁଦ୍ଧିଆ, ରେଣୁକା ପଟେଲ,ସସ୍ମିତା ମହାନ୍ତି, ଗୀତାଞ୍ଜଳୀ ନିଆଲ, ପୂଜା ପଟ୍ଟନାୟକ, ମୌସୁମୀ ସୁନା,ନମ୍ରତା ତାଣ୍ଡି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ସ୍ମୃତିସୁଧା ପାଢ଼ୀ।କଲହାଣ୍ଡିରୁ ସଂଜୀବ ରଥଙ୍କ ସହ ନାରାୟଣ ନାୟକଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।