ସକାଳ ଯାଇ ରାତି ହେଲା ହେଲେ ପତ୍ନୀଙ୍କୁ ମିଳିଲାନି ତାଙ୍କ ହକ୍

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଥିବା ପତ୍ନୀ ଆଜି ନିଜର ହକ୍ ପାଇଁ ସ୍ୱାମୀ ଘର ଆଗରେ ଧାରଣା ଦେବାକୁ ପଡ଼ୁଛି। ସକାଳ ଯାଇ ରାତି ହେଲା ହେଲେ ପତ୍ନୀଙ୍କୁ ମିଳିଲାନି ତାଙ୍କ ହକ୍ କିମ୍ବା ନ୍ୟାୟ। ଘରେ ତାଲା ମାରିଛୁ ମାରିଲେ ସ୍ବାମୀ ଓ ଶ୍ବଶୁର ଘର ପରିବାର। ସୂଚନାନୁଯାୟୀ , କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁର ସନାତନ ମହାରଣା ଙ୍କ ପୁଅ ସୁଷେନ ମହାରଣା ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା ଙ୍କୁ ବୈଦିକ ରୀତିରେ ଗତ ୨୦୨୦ ମସିହା ଜୁଲାଇ ମାସ ୧୩ ତାରିଖ ରେ ହିନ୍ଦୁ ରିତୀନିତୀ ରେ ବିବାହ କରିଥିଲେ। ଆଉ ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ବି ଦେଇଥିଲେ ସସ୍ମିତାଙ୍କ ପରିବାର।ହେଲେ ପରବର୍ତ୍ତୀ ସମୟରେ ଶଶୁର ସନାତନ ମହାରଣା ଅଧିକ ଯୌତୁକ ମାଗିବା ସହିତ କାଳେ ବୋହୁ ଉପରେ ଲୋଲୁପ ଦୃଷ୍ଟି ପକାଉଥିଲେ ଶଶୁର। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋହୂ ସସ୍ମିତା। ଏଭଳି ଅଭିଯୋଗ ଆଣି ଗୁରୁତର ଅଭିଯୋଗ ଆଣି ସାଲେପୁର ଥାନାର ଦ୍ୱାରସ୍ଥ ବୋହୂ ସସ୍ମିତା ହୋଇଥିଲେ ସୁଧା ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ପୋଲିସ ଠାରୁ କୈାଣସି ନ୍ୟାୟ ନପାଇବାରୁ ଶେଷରେ ବୋହୂ ସସ୍ମିତା, ଶଶୁରଙ୍କ ଘର ଆଗରେ ଧାରଣା ରେ ବସିଲେ।ଏ ଘଟଣା ଦେଖି ସ୍ଥାନୀୟ କିଛି ମହିଳା ଏବଂ କିଛି ସ୍ବେଛାସେବୀ ସଂଗଠନ ବୋହୂ ସସ୍ମିତାଙ୍କ ସଙ୍ଗରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା ବେଳେ ସକାଳୁ ସଂଧ୍ୟା ଯାଏଁ ସାଲେପୁର ପୋଲିସ ବୋହୂ ସସ୍ମିତାଙ୍କ ଧାରଣା ସ୍ଥଳକୁ ଆସିବାକୁ ପାଦ ପକାଇବାକୁ ଆସି ନଥିଲା। ତେଣୁ ସରକାରଙ୍କ ସ୍ଲୋଗାନ, ମହିଳାଙ୍କୁ ହକ୍ ଏବଂ ତ୍ବରିତ ନ୍ୟାୟ କଥା କୁ ବୋଧହୁଏ ଭୁଲିଗଲା ସାଲେପୁର ପୋଲିସ।ଏ ଶୀତଦିନେ ଖୋଲା ଆକାଶ ତଳେ ଜଣେ ନବ ବିବାହିତା ମହିଳା ନିଜର ନ୍ୟାର୍ଯ୍ୟ ହକ୍ ପାଇଁ ଧାରଣା ଦେବା ଆଉ ପୋଲିସ ସବୁ ଜାଣିଶୁଣି ନିଦାବିଷ୍ଣୁ ପାଲଟିବା ଘଟଣା, ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More