ସକାଳୁ ତହସିଲି ଅଫିସ ହେଲେ କର୍ମଚାରୀଙ୍କ ଦେଖାନାହିଁ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ନରସିଂହପୁର ତହସିଲି ଅଫିସରେ କର୍ମଚାରୀଙ୍କ ଦେଖାନାହିଁ ।ଆଜି ସୋମବାର ସକାଳୁ ଦିନ 10 ଟା ସମୟ ହୋଇଥିଲେ ମଧ୍ୟ୍ୟ ତହସିଲିରେ କର୍ମଚାରୀଙ୍କ ଦେଖାନାହିଁ । ରାଜ୍ୟସରକାର ଖରାକୁ ଆଖି ଆଗରେ ରଖି ଜନସାଧାରଣଙ୍କ ସୁବିଧା ଲାଗି ସମସ୍ତ ଅଫିସ ସକାଳୁଆ ହୋଇଛି । କିନ୍ତୁ ଏଠି କଟକ ଜିଲ୍ଲା ନରସିଂହ ପୁର ତହସିଲିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜନସାଧାରଣ ମାନେ ତହସିଲିକୁ ଆସିଲେ ଗୋଡ଼ରୁ ଚପଲ ଛିଣ୍ଡିଯିବ ପଛକେ କୌଣସି କାମ ହେଉନାହିଁ। ସକାଳ ୧୦ଟା ହୋଇଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦେଖାଦର୍ଶନ ମିଳୁନାହିଁ, ଫଳରେ ଲୋକେ ବହୁ ଦୂରଦୂରାନ୍ତରୁ ଅସହ୍ୟ ଖରାରେ ଆସି ଫେରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ମୋ ସରକାର ଓ 5Tର ନାରା ଦେଉଥିବା ବେଳେ ସରକାର ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ କହୁଥିବା ବେଳେ ଏବେ ଏହା ଉପହାସ ରେ ପରିଣତ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ନଚେତ ଆଗାମୀ ଦିନରେ ପୂର୍ବଭଳି ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More