କଟକ(ସଂଘର୍ଷ ମିଡିଆ ) : ଚୌଦ୍ୱାର କଟକ କୟପଡା ପାଞ୍ଚୟତ ଢ଼ିଅପଡାର ମାନସ ବାରିକ ।ପେସାରେ ଜଣେ ବାରିକ। ନିଜର ଏକ ସେଳୁନରୁ ଯାହା ରୋଜକାର ହୁଏ ସେହିଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ମାନସଙ୍କର ୨ ଝିଅ ଓ ଗୋଟିଏ ପୁଅ। ପୁଅଟି ସାନ, ପୁଅର ନାମ ଶିବ ଶଙ୍କର ବାରିକ । ଶିଶୁଟିର ବୟସ ଅଢେଇ ବର୍ଷ, ଗତ ୨ବର୍ଷ ହେବ ଶିଶୁ ଟିର ସ୍ୱାସ୍ଥ୍ୟ ଖରାପହୋଇଥିଲା। କଟକ scb ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ, କିନ୍ତୁ ସମୟର ବିଳମ୍ବନା ହେତୁ ଶିଶୁଟିର ଚିକିତ୍ସିlରେ ବାଧା ଉପୁଜିଥିଲା। ଶିଶୁଟିର ଲିଭର ଖରାପ ହେଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି, ଏହି ଖବର ପାଇବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଥିଲେ,କାରଣ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ଅର୍ଥ ଅଭାଵଥିଲା । କିନ୍ତୁ ଶିଶୁଟିର ଅଧିକ ଚିକିତ୍ସା ଆବଶ୍ୟକ ପାଇଁଦିଲ୍ଲୀ ର ilbs ହସ୍ପିଟାଲକୁ ଚିକିତ୍ସା କରିବା ପାଇଁ ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଶିଶୁଟିର ଅଧିକ ଚିକିତ୍ସା ପାଇଁ ପରିବାର ଲୋକ ସାହାଯ୍ୟ ପାଇଁ ଆସିଥିଲେ ଚୌଦ୍ୱାର, କଟକର ପୃର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପାଖକୁ, ଗତ 2 ବର୍ଷ ଧରି ଶ୍ରୀଯୁକ୍ତ ବିଶ୍ୱାଳ ଶୁଶୁଟିକୁ ସାହାଯ୍ୟ କରିଆସୁଥିଲେ। ହେଲେ କୋଭିଡର ପ୍ରକୋପରେ ଶିଶୁଟି ଦିଲ୍ଲୀକୁ ଅଧିକ ଚିକିତ୍ସା ପାଇଁ ଯାଇପାରିନଥିଲା। ମାନ୍ୟବର ସଂସଦ ଶ୍ରୀ ଯୁକ୍ତ ଅମର ପଟ୍ଟନାୟକ ଏବଂ ଓଡିଶା ମୋ ପରିବାର ଆବାହକ ଶ୍ରୀଯୁକ୍ତ ଅରୁପ ପଟନାୟକଙ୍କ ସାହଯୋଗରୁ ସେହି ଶିଶୁଟିକୁ ଦିଲ୍ଲୀ ଅଭିମୁଖେ ଅଧିକ ଚିକିତ୍ସା ପାଇଁ ଯାଉଅଛି । ଶିଶୁଟିର ଆସୁ ଆରୋଗ୍ୟ କାମନା କରି ସେହି ଶୁଶୁଟିକୁ ଆସନ୍ତାକାଲି କଟକ ଷ୍ଟେସନରେ ଟ୍ରେନ ସାହଯ୍ୟ ଦିବା 11 ଘଟିକା ସମୟରେ ଦିଲ୍ଲୀ ଅଭିମୁଖେ ପଠାଯାଉଅଛି । ତେବେ ଓଡିଶା ମୋ ପରିବାରର ଆବାହକ ଶ୍ରୀଯୁକ୍ତ ଅରୁପ ପଟନାୟକ,ପୃର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ବିଶ୍ୱାଳ, ରଞ୍ଜନ ବିଶ୍ୱାଳ ଓ ଓଡିଶା ମୋ ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ OSTF ଫଣ୍ଡରୁ 5ଲକ୍ଷ ଟଙ୍କାର ରାଶି ଚିକିତ୍ସା ପାଇଁ ସଂମୋତି ପ୍ରକାଶ କରିଛନ୍ତି।