କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ନାହାଳ ପୁର ଗ୍ରାମପଞ୍ଚାୟତ ଗେଲପୁର ଠାରୁ ଜୋହଳ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଦୀର୍ଘଦିନହେବ ଶୋଚନୀୟ ଅବସ୍ଥାରେ ପଡିରହିଥିଲା।ରାସ୍ତାରେ ଗେଟି ପଥର ଉଠିଯାଇଥିଲା।ଲୋକେ ଗାଡି ମୋଟର ଯାତାୟାତ କଲାବେଳେ ଦୁର୍ଘଟଣା ଗ୍ରସ୍ତ ହେଉଥିଲେ।ସଂଘର୍ଷ news ଏହାକୁ ପ୍ରଥମେ ଲୋକଲୋଚନକୁ ଆଣିଥିଲା।ଲୋକଲୋଚନକୁ ଆଣିବାର ଦୁଇଦିନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।ସାଧାରଣରେ ଯାତାୟାତ କରୁଥିବା ଯାତ୍ରୀମାନେ ସଂଘର୍ଷ news କୁ ଧନ୍ୟବାଦ ଦେଇଛନ୍ତି।ଡେରିରେ ହେଉ ପଛେ ପ୍ରଶାସନ ଦୃଷ୍ଟି ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଆମ ସଂଘର୍ଷ news ତରଫରୁ ଧନ୍ୟବାଦ।ଆମର ପ୍ରୟାସ ସାଧାରଣ ଜନତାଙ୍କ ଅସୁବିଧା କୁ ପ୍ରଶାସନ ନିକଟରେ ପହଞ୍ଚାବା। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।