ସଂଘର୍ଷ ନ୍ୟୁଜ୍ର ମହାପ୍ରଭାବ, ଦୀର୍ଘଦିନ ହେବ ବିଜୁଳି ନଥିବା ନେଇ ନ୍ୟୁଜ୍ ପ୍ରସାରଣ ପରେ ୨ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ
କେନ୍ଦ୍ରାପଡ଼ା(ସଂଘର୍ଷ ନୀଉଜ) : ସଂଘର୍ଷ ନ୍ୟୁଜ୍ର ମହାପ୍ରଭାବରେ କେନ୍ଦ୍ରାପଡ଼ା ବ୍ଲକର ପୁରୁଷୋତ୍ତମପୁର ପଞ୍ଚାୟତ ଅଫିସ ଦୀର୍ଘଦିନ ଅନ୍ଧାର ଥିବା ନେଇ ସଂଘର୍ଷ ନିଉଜ ଚ୍ୟାନେଲରେ ନିଉଜ ପ୍ରସାରଣ କରାଯାଇଥିଲା। ତେବେ ଆଜି ସବୁ କଳ୍ପନାଜଳ୍ପନା ପରେ ୨ଘଣ୍ଟା ମଧ୍ୟରେ ଟାଟା ପାୱାର କମ୍ପାନୀ ପକ୍ଷରୁ ପୁରୁଷୋତ୍ତମପୁର ପଂଚାୟତ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ତେବେ ପଞ୍ଚାୟତ କାର୍ଯ୍ୟାଳୟ ବିଦ୍ୟୁତ ସଂଯୋଗ ହେବା ପରେ ପଂଚାୟତର ଜନସାଧରଣର ସଙ୍ଘର୍ଷ ନିଉଜ ଚ୍ୟାନେଲକୁ କୃତଜ୍ଞତା ଜଣାଇଛନ୍ତି।ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକର ପୁରୁଷୋତ୍ତମପୁର ପଞ୍ଚାୟତ ଅଫିସରେ ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ହେବ ବିଜୁଳି ନଥିଲା । ବିଜୁଳି ନଥିବାରୁ ପଞ୍ଚାୟତ ଅଫିସରେ ବିଭିନ୍ନ ପ୍ରକାରର କମ୍ପ୍ୟୁଟର ମାଧ୍ୟମରେ କାର୍ଯ୍ୟ ହୋଇପାରୁନଥିଲା। ଗ୍ରାମବାସୀଙ୍କର ଅଭିଯୋଗ ଆସିବା ପରେ ଆମେ ପହଞ୍ଚିଥିଲୁ ବ୍ଲକ କାର୍ଯ୍ୟାଳୟରେ। ପଚାରି ବୁଝିଥିଲୁ ପୁରୁଷୋତ୍ତମପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ରଥଙ୍କୁ ଠାରୁ। କିଭିଳି କାର୍ଯ୍ୟ କରୁଛନ୍ତି ପଚାରି ବୁଝିଥିଲୁ। ତାପରେ ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ସାହାଣୀ ମଧ୍ୟ ଏହି ବିଷୟରେ ଏକା କଥା କହିଥିଲେ । ସେ କିହିଥିଲେ ଆମେ ଏକ ମାସ ହେବ ଟାଟା ବିଦ୍ୟୁତ କମ୍ପାନୀକୁ ଏ ନେଇ ଲିଖିତ ଆକାରରେ ଜଣାଇଥିଲୁ, କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ଅଣଦେଖା କରିଛି ଏଵଂ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଅଫିସ୍ ଅନ୍ଧାରରେ ରହିଛି। ଏ ନେଇ ଟାଟା ବିଦ୍ୟୁତ ବିଭାଗୀୟ ଅଫିସରେ ଭେଟିବା ପରେ ୨ଘଣ୍ଟା ମଧ୍ୟରେ ଟାଟା ପାୱାର କମ୍ପାନୀ ପକ୍ଷରୁ ପୁରୁଷୋତ୍ତମପୁର ପଂଚାୟତ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା । କେନ୍ଦ୍ରାପଡ଼ାରୁ ଭିକାରୀ ଚରଣ ରାଉତଙ୍କ ସହ ସୁନୀଲ ମହାପାତ୍ରଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।