ସଂଘର୍ଷ ନିୟୁଜରେ ପ୍ରସାରଣ ପରେ ପହଂଚିଲା ପ୍ରଶାସନ

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ଘୁଡୁକି ବଜାଇବା ସହ ନାଚ କରି ପ୍ରତି ଗାଁ ଗାଁ ବୁଲି ଭିକ୍ଷାବୁର୍ତି କରିବା ସହ ଯାହା ମିଳିଲା ସେଥିରେ ପରିବାର ପୋଷଣ କରୁଛନ୍ତି । ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପୂର୍ବ ପୁରୁଷ ଅମଳରୁ ଘୁଡୁକି ବଜାଇଥାନ୍ତି ।ଏମାନେ ସାଧାରଣତଃ ନରସିଂହପୁର ବ୍ଲକରେ 30 ବର୍ଷ ହେଲା ପ୍ରତିଦିନ ବୁଲା ବୁଲି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସରକାର କେବଳ ରାସନ ଓ ଆଧାର କାର୍ଡ ଦେଇ ଚୁପ ବସିଥିଲେ ।ଏମାନଙ୍କୁ ଡିଜିଟାଲ ଯୁଗରେ ଘର ଖଣ୍ଡିଏ ମିଳିପାରିନାହିଁ । ଯେଇଁ ବୟସରେ ହାତରେ ଖଡ଼ି ଧରି ପାଠ ପଢିବା ସହ ସାଙ୍ଗ ସାଥି ସହ ମଉଜୁ କରିବା କଥା ମୁହଁ ରେ ପାଉଡର ମାରି ବାପା ଓ ମା ଙ୍କୁ ନାଚଗୀତରେ ସାହାଯ୍ୟ କରୁଛନ୍ତି ।ଏହାକୁ ନେଇ ପ୍ରଥମେ କନକ ନିୟୁଜ ରେ ଖବର ପ୍ରସାରଣ କରିବା ପରେ ସରକାରୀ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା ।ଆଜି ବିଡିଓ ନୀଳମାଧଵ ସୁନା ଘଟଣା ସ୍ଥଳରେ ପହଞ୍ଚି ସହଯୋଗର ହାତ ବଢ଼ାଇ ଥିଲେ । ସେମାନେ ପ୍ରଥମେ ନିଜ଼ର ପେଶା ବୁର୍ତି ଧରି ସାଜସଜ୍ଜା ହୋଇ ଘୁଡୁକି ବଜାଇ ବିଡ଼ିଓଙ୍କୁ ପାଛୋଟି ନେଇଥିଲେ ଓ ବନ୍ଧା ପନା ପରେ ଫୁଲମାଳ ଦେଇ ଗୋଡ଼ତଳେ ପଡିଯିବାସହ ଲୁହ ଭରା କଣ୍ଠରେ ନିଜ଼ର ସମଷ୍ୟା କହିଥିଲେ । ବିଡିଓ ସମସ୍ତ ଆଧାର ଓ ରାସନ କାର୍ଡକୁ ଦେଖିବା ସହ ସେମାନଙ୍କୁ ଜନ୍ମଗତ ପ୍ରମାଣପତ୍ର ସହ ଭୋଟର ପରିଚୟ ପତ୍ର ପ୍ରଧାନ କରାଯିବାର ବ୍ୟବସ୍ଥା କରାଯିବା ସହ ଜାଗା ସହ ଆବାସ ଯୋଜନାରେ ସାମିଲି କରାଯିବ ବୋଲି ବିଡିଓ ନୀଳମାଧଵ ସୁନା ସୂଚନା ଦେବାସହ ତାଙ୍କୁ ବାସନ କୁସନ ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଶେଷରେ ସଂଘର୍ଷ ନିୟୁଜ ଏହାକୁ ପ୍ରଥମେ ଖବର ଦେଖାଇ ଥିବାରୁ ଧନ୍ୟବାଦ ଦେଇଥିଲେ ବିଡିଓ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More