ସଂଘର୍ଷର ଅନନ୍ୟ ଉଦାହରଣ ,ସଫଳ ଚାଷୀ ସୁକଦେବ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ମାଟ୍ରିକ ପରୀକ୍ଷାରେ ଫେଲ୍ ହେବାରୁ ଚାଷରେ ମନ ନିବେଶ କଲେ। ଆଉ କଠିନ ପରିଶ୍ରମ କରି ବାପ’ଅଜା ଅମଳରୁ ପଡ଼ି ରହିଥିବା ଜମିକୁ ଚାଷୋପଯୋଗୀ କଲେ। ଆଉ ସେହି ଜମି ରେ ଏବେ ଲହଡ଼ି ମରୁଛି ଫଳ ଓ ପନିପରିବା ଗଛ। ସେଥିରୁ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପନିପରିବା ଓ ଫଳ ବିକି ପରିବାର ପ୍ରତିପୋଷଣ କରିବା ସହ ଅଂଚଳରେ ଥିବା କିଛି ବେକାର ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇଛନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ଶୁକଦେବ ପ୍ରଧାନ 1990 ମସିହାରେ ମାଟ୍ରିକ ପରୀକ୍ଷା ଫେଲ୍ ହେବାରୁ ପାଠରୁ ବିମୁଖ ହୋଇଗଲେ, ଆଉ ମନ ନିବେଶ କଲେ ଚାଷ ଉପରେ। ବାପ-ଅଜା ଅମଳରୁ ଥିବା ଅବହେଳିତ ଦେଢ଼ ଏକର ଜମିକୁ ଚାଷୋପଯୋଗୀ କରି ପଳାଇଲେ ସୁନା। ଚାଷ ରେ ସେ ଏବେ ଫାଷ୍ଟ କ୍ଲାସ୍ ଛାତ୍ର ସୁକଦେବ। ଯାହା ଏବେ ସୁକଦେବ ଅଂଚଳରେ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ। ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଶୁକଦେବ ଜମି ରେ କଖାରୁ, ବାଇଗଣ, କାକୁଡି, ଲଙ୍କା, ପୋଟଳ, କାକୁଡି ଆଦି ବିଭିନ୍ନ ପ୍ରକାରର ପନିପରିବା ସହ ଆମ୍ବ,ଜାମୁଡୋଳ ଫଳ ଚାଷ କରୁଛନ୍ତି, ହେଲେ କୌଣସି ସରକାରୀ ସାହାଯ୍ୟ ପହଞ୍ଚି ପାରିନାହିଁ ଶୁକଦେବଙ୍କ ପାଖରେ। ଏହି ଜମିରେ ଚାଷ କାର୍ଯ୍ୟ ପାଇଁ ଶୁକଦେବ ଙ୍କୁ ତାଙ୍କ ପରିବାର ସାହାଯ୍ୟ କରୁଥିବା ବେଳେ, ସ୍ଥାନୀୟ କିଛି ଯୁବକ ପାରିଶ୍ରମିକ ନେଇ ଏଠାରେ କାମ କରୁଛନ୍ତି। ଶୁକଦେବଙ୍କ ପାଖରେ ବାପ-ଅଜା ଅମଳର ଅନ୍ୟ ଏକ ଜମି ଯାହା ଏକ ଏକରରୁ ଅଧିକ ଥିଲେ ମଧ୍ୟ ଅର୍ଥାଭାବରୁ ସେହି ଜମିକୁ ଚାଷ ପାଇଁ ବ୍ୟବହାର କରିପାରୁ ନାହାନ୍ତି। ଯଦି କିଛି ସରକାରୀ ପ୍ରୋତ୍ସାହନ ରାଶି ସହ ଅତ୍ୟାଧୁନିକ କୃଷି ଯାନ୍ତ୍ରିପାତି ଶୁକଦେବଙ୍କୁ ମିଳନ୍ତା ତେବେ ଗ୍ରାମାଞ୍ଚଳ ରେ ଅନ୍ୟ ମାନଙ୍କୁ ସ୍ବାବଲମ୍ବୀ କରିବା ସହ ନିଜେ ବି ଅଧିକ ସ୍ବାବଲମ୍ବୀ ହୋଇ ପାରନ୍ତେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More