କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଜିର ଯୁବପିଢୀ ମାନେ ମ୍ୟାଜିକ ଦେଖାଇବା, ଆଶ୍ଚର୍ଯ୍ୟ କର ଡାନ୍ସ ଓ ଆଖିକୁ ବିଶ୍ୱାସ ହେଉନଥିବା ଷ୍ଟଣ୍ଟ ଦେଖାଇବା ସହିତ ଯୁବକ, ଯୁବତୀ ଜିମ୍ ସେଣ୍ଟର କୁ ଯାଇ ଜିମ୍ କରିବା ମହିଳା ଓ ପୁରୁଷମାନେ ନିଜ ବଡିକୁ ଫିଟ୍ କଖିବା ପାଇଁ ମୋରିଂଙ୍ଗି ୱର୍କ କରିବା ଦେଖିବାକୁ ମିଳିଥାଏ। ସେହିପରି ଆଜିର ଯୁବପିଢୀ ଫ୍ରି ଫାୟାର ଗେମ୍ ରେ ନିଜର ବହୁମୂଲ୍ୟ ସମୟ ନଷ୍ଟ କରୁଥିବା ବେଳେ,ଏମିତି ବି ବ୍ୟକ୍ତି ଅଛନ୍ତି ଯିଏ ଦୁଃସାହାସିକ କାମକୁ ନିଜ ଜୀବନର ବ୍ରତ ବୋଲି ଭାବୁଛନ୍ତି l ଏମିତି ଏକ ବ୍ୟକ୍ତି ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଔପଦା ପଞ୍ଚାୟତ କଜଳବନ୍ଧ ଗାଁର ବିକାଶ ମଳିକ ଯିଏ କି ଦୀର୍ଘ ୭ ବର୍ଷହେବ ପରିଶ୍ରମ କରି ଆଜିକା ଦିନରେ ନିଜ ପାଟି ସାହାଯ୍ୟରେ ଟ୍ରାକ୍ଟର, ବାଇକକୁ ଟାଣିବା ସହ ମୋଟା ମୋଟା ଲୁହା ରଡ଼କୁ ବଙ୍କା କରୁଛନ୍ତି। ବିକାଶ ଆହୁରି କହିଛନ୍ତି ଅଭାବି ସଂସାର ଭିତରେ ପରପାଖରେ କାର୍ଯ୍ୟ କରି ମୋ ପରିବାର ଚଳାଇବା ସହିତ ସମୟ ବାହାରକରି ଶରୀରକୁ ସୁସ୍ଥ ରଖିବା ପାଇଁ କିଛି ବ୍ୟାୟାମ କରେ ଓ ଲୋକମାନଙ୍କୁ ଖୁସି, ଆନନ୍ଦ ପାଇଁ ଟ୍ରାକ୍ଟର, ମଟରସାଇକେଲ ରେ ରସିବାନ୍ଧି ମୋର ଶକ୍ତି ଦେଖାଇଥାଏ।ଆଗାମୀ ଦିନରେ ସରକାର ମୋତେ ସାହାଯ୍ୟର ହାତ ବଢାନ୍ତି ମୁଁ ନିଶ୍ଚୟ ଓଡ଼ିଶାର ପରିଚୟ ସୃଷ୍ଟି କରିପାରିବି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)