ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହ ଠାରେ ଷଷ୍ଠ ଜିଲା ପରିଷଦର ପ୍ରଥମ ସାଧାରଣ ବୈଠକ ଜିଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲା ପରିଷଦ ଅଧ୍ୟକ୍ଷ ନବନିର୍ବାଚିତ ସମସ୍ତ ଜିଲା ପରିଷଦ ସଭ୍ୟ ସଭ୍ୟା ମାନଙ୍କୁଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ଏହି ବୈଠକରେ ଜଳସମ୍ପଦ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇଜିଲାର ସର୍ବାଙ୍ଗୀନ ବିକାଶ ପାଇଁ ଆଗକୁ ବଢ଼ିବେ।ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ କହିଥିଲେ ଆମେ ସମସ୍ତେ ଲୋକ ମାନଙ୍କ ଦ୍ୱାରା ନିର୍ବାଚିତ ହୋଇଛେ।ସେମାନଙ୍କର କାର୍ଯ୍ୟ ଓ ସେବା କରିବାକୁ ସଂକଳ୍ପବଧ ହେବା।ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଏହା ହେଉଛି ସର୍ବୋଚ୍ଚ ସଦନ।ଲୋକମାନଙ୍କର କାର୍ଯ୍ୟ ଠିକ ସମୟରେ ଠିକ ଢଙ୍ଗରେ ହେବା ଉଚିତ।ଜିଲାପାଳ ପାରୁଲ ପଟୱାରୀ ଯୋଗଦାନ କରି କହିଥିଲେ ପ୍ରତ୍ୟେକ ଜିଲା ପରିଷଦ ସଭ୍ୟ ସଭ୍ୟା ମାନଙ୍କର ନିଜ ଅଂଚଳରେ କାର୍ଯ୍ୟ କାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡିକ ସେମାନଙ୍କ ସହଯୋଗରେ ତ୍ୱରାନ୍ୱିତ ହେଉ ଏବଂ ଅଧିକ ଅଧିକରୁ ଜନସାଧାରଣ ଉପକୃତ ହୁଅନ୍ତୁ।ବୈଠକରେ ଜିଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି ଯୋଗଦେଇ କହିଥିଲେ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲା ଭାବେ ଗଢିତୋଳିବା କୁ ଆହ୍ୱାନ ଦେଇଥିଲେ।ଏହି ବୈଠକରେ ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।ପ୍ରାରମ୍ଭରେପ୍ରକଳ୍ପ ନିର୍ଦେଶକ ରୁଦ୍ରନାରାୟଣ ଦାଶ କାର୍ଯ୍ୟସୁଚି ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ।ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଚକ୍ରଧର ମାହାଳୀ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।