ଆଙ୍କର- କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଂଚାୟତର ନୂତନ ସରପଞ୍ଚ ଅଂକୁର ସେଠୀଙ୍କ ନାଁରେ ଆସିଛି 1, 80, 000 ଟଙ୍କା ଦୁର୍ନୀତି କରିଥିବାର ମିଥ୍ୟା ଅଭିଯୋଗ ଶୁଣନ୍ତୁ କଣ କହୁଛନ୍ତି ଅଭିଯୋଗ କାରି ବାସୁଦେବ ପରିଡା ଓ ତାଙ୍କ ପୁଅ । ସୂଚନା ମୁତାବକ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ବାସୁଦେବ ପରିଡା ନାମକ ବ୍ୟକ୍ତି ଙ୍କ ପୁଅ କୁନା ପରିଡା ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସମୟରେ ରାସ୍ତା କାମ କରିଥିଲେ ଯାହାର ବାବଦକୁ ଆଉ 1,80,000 ଟଙ୍କା ବାକି ଥିଲା I ଏହି ଟଙ୍କା ପାଇବା ପାଇଁ କୁନା ପରିଡା ପିତା ବାସୁଦେବ ପରିଡାଙ୍କୁ ସରପଞ୍ଚ ଅଙ୍କୁର ସେଠୀଙ୍କ ପାଖକୁ ପଠାଇ ଥିଲେ Iଏବଂ ସରପଞ୍ଚ ଅଙ୍କୁର ସେଠୀ ବାସୁଦେବ ପରିଡାଙ୍କ ପାଖରୁ ଘଟଣା ଶୁଣିବା ପରେ ନିଜ ପକ୍ଷ ରଖିବା ସହ ବିଷୟକୁ ଆଲୋଚନା ନିମନ୍ତେ ବାସୁଦେବ ପରିଡାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଡକାଇ ଥିଲେ I ପଞ୍ଚାୟତ କାର୍ଯ୍ୟଳୟ ପରିସରରେ 25ରୁ 30 ପଞ୍ଚାୟତ କମିଟି ମେମ୍ବର ଉପସ୍ଥିତିରେ ସରପଞ୍ଚ ଅଙ୍କୁର ସେଠୀ ବାସୁଦେବ ପରିଡାଙ୍କୁ କହିଥିଲେ, ଆପଣ ଯେଉଁ କାମ କଥା କହୁଛନ୍ତି ତାହା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁନା ସେନାପତିଙ୍କୁ ସମୟରେ ହୋଇଥିଲା ଏବଂ ୱାର୍କ ଅର୍ଡର ମଧ୍ୟ ଆଉ କାହା ନାମରେ ଥିଲା ତାହା ମୋତେ ଜଣା ନାହିଁ I ଅଙ୍କୁର ସେଠୀ କହିବା କଥା ପୂର୍ବତନ ସରପଞ୍ଚ ଚଞ୍ଚକତା କରି ଅଧା ଟଙ୍କା ହଡପ କରିଥିବା ବେଳେ ମୁଁ ଘଟଣାକୁ ଜାଣିପାରିଥିଲି ଏବଂ ପରବର୍ତୀ ସମୟରେ ଆଉ ବଳକା ଟଙ୍କା ଉଠାଣ ଉପରେ ରୋକ ଲଗାଇଥିଲି ଯାହା ସରପଞ୍ଚ ଅଙ୍କୁର ସେଠୀ କହିଥିଲେ ଶୁଣନ୍ତୁ କଣ କହୁଛନ୍ତି ଅଙ୍କୁର ସେଠୀ । ଅଙ୍କୁର ସେଠୀ କହିବା କଥା ଆପଣ ଉକ୍ତ ଘଟଣା ସମ୍ପର୍କରେ ପୂର୍ବତନ ସରପଞ୍ଚ ଙ୍କୁ ପଚାରି ବୁଝନ୍ତେ ସେ ନିଶ୍ଚିନ୍ତ କହିପାରିବେ ଟଙ୍କା କଣ ହେଲା ବୋଲି I ଆଉ ମୋ ଉପରେ ଆପଣ ମିଥ୍ୟା ଅଭିଯୋଗ ଆଣିଲେ ମୁଁ ବା କଣ କରିପାରିବି ବୋଲି କହିଲା ପରେ ବାସୁଦେବ ପରିଡା ଘରକୁ ଫେରିଯାଇ ଥିଲେ I ଏବଂ ଘରେ ଅସୁସ୍ଥ ହୋଇପଡିଥିଲେ ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ନିଆଯାଇ ଥିଲା ଯାହା ବର୍ତମାନ ବାସୁଦେବ ପରିଡା ସୁସ୍ଥ ଥିବାର ଜଣାପଡିଛି I ଆସନ୍ତୁ ଶୁଣିବା କଣ କହୁଛନ୍ତି ଗ୍ରାମ ବାସିମାନେ। ସରପଞ୍ଚ ଅଙ୍କୁର ସେଠୀ ଓ ପଞ୍ଚାୟତ ବୈଠକ ରେ ସାମିଲ ଥିବା ଗ୍ରାମର କିଛି ବ୍ୟକ୍ତି ଙ୍କ ନାମରେ କେନ୍ଦ୍ରାପଡ଼ା ସଦର ଥାନାରେ ବାସୁଦେବ ପରିଡା ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି I ଅଙ୍କୁର ସେଠୀଙ୍କୁ କହିବା କଥା ମୋର ବିରୋଧୀ ନିର୍ବାଚନ ରେ ମାଟି କାମୁଡ଼ିବା ପରେ ରାଗରେ ହିଂସ୍ର ହୋଇଉଠିଛନ୍ତି ଏବଂ ଯେକୌଣସି ମୁହୂର୍ତ୍ତରେ ମୋତେ ହଇରାଣ କରିବାକୁ ଚାହୁଁଛନ୍ତି I ତେଣୁ ମୋର ବିରୋଧୀ ମାନଙ୍କୁ ମୋର କହିବା କଥା ଔଷଧ ବିକଳରେ ତାଟିଆ କାମୁଡ଼ିବା ଛାଡ଼ନ୍ତୁ ଏବଂ ମୋତେ ମୋର କାମ କରିବାକୁ ଦିୟନ୍ତୁ I
Get real time updates directly on you device, subscribe now.