ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ପୋୖରାଞ୍ଚଳର ଗୋପାଳସାଗର ସ୍ଥିତ ଶ୍ରୀ ଶ୍ରୀ ସିରିଡି ସାଇ ଟ୍ରଷ୍ଟ ପକ୍ଷରୁ ସାଇ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଇ ଟ୍ରଷ୍ଟର ସଦସ୍ୟ ଆଇନଜୀବୀ ଦୋଳଗୋବିନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀ ରେ ଟ୍ରଷ୍ଟ ର ସଭାପତି ହେମନ୍ତ କୁମାର ଲେଙ୍କା, ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଲେଙ୍କା ଯୋଗଦେଇ କହିଥିଲେ ଶ୍ରୀ ଶ୍ରୀ ସିରିଡି ସାଇ ମନ୍ଦିର ବିଗ୍ରହ ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ଉତ୍ସବ ଓ ଶ୍ରୀ ହନୁମାନଜୀଙ୍କ ପଞ୍ଚମ ବାର୍ଷିକ ଉତ୍ସବ ଏବଂ ଶ୍ରୀ ଦକ୍ଷିଣେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ଶିବଲିଙ୍ଗ ପ୍ରତିଷ୍ଠା ଆସନ୍ତା 20 ତାରିଖ ଠାରୁ 25ତାରିଖ ପର୍ଯ୍ୟନ୍ତ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ବିଧିମୁତାବକ ଅନୁଷ୍ଠିତ ହେବ।ଠାକୁରଙ୍କ ରୀତିନୀତି ଅନୁଯାୟୀ ସାମାଜିକ ଦୂରତା, ମାସ୍କ, ସାନିଟାଇଜର ବ୍ୟବହାର କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।ଯେଉଁ ଭକ୍ତ ମାନେ ସାଇ ବାବାଙ୍କୁ ଦର୍ଶନ କରିବାକୁ ଆସିବେ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର କରି ଦର୍ଶନ ସାରି ଗହଳି ନକରି ଫେରି ଯିବାକୁ ନିବେଦନ କରାଯାଇଛି।କୌଣସି ଜନଗହଳି ଅବା ସାମାଜିକ ଦୁରତାକୁ ଉଲଂଘନ କରୁଥିବା ଆନୁଷ୍ଠାନିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ସାଇ ଟ୍ରଷ୍ଟର କୋସାଧକ୍ଷ ମମତାମୟୀ ଲେଙ୍କା,ଟ୍ରଷ୍ଟର ସଦସ୍ୟ ଆଇନଜୀବି ସାରଦା ଦାସ, ଗଣେଶ୍ୱର ମାଣିଆ, ପ୍ରଭାତ କୁମାର ଦାସ, ରାଜକିଶୋର ମହାନ୍ତି,ସତ୍ୟବ୍ରତ ମହାନ୍ତି, ଦେବେନ୍ଦ୍ର କୁମାର ସ୍ବାଇଁ,ଇଞ୍ଜିନିୟର ସମିତ କୁମାର ଲେଙ୍କା,ସତୀଶ ଲେଙ୍କା,ସିଦ୍ଧାର୍ଥ କୁମାର ଲେଙ୍କା, ପ୍ରତିମା ମହାନ୍ତି,ସୁଜିତ ଘୋଷ,ସରୋଜ କୁମାର ବାରିକ, ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ସଦସ୍ୟ ଗୋଲେଖ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।