ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ଆଜି ଅବହେଳିତ , ପ୍ରଶାସନ ନିରବଦ୍ରଷ୍ଟା , ଧର୍ମ ସହିଲେ ହେଲା …….

25

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ତୁଳସୀ କ୍ଷେତ୍ରର ଅନ୍ୟ ନାମ କେନ୍ଦ୍ରାପଡା । ତୁଳସୀ କ୍ଷେତ୍ରର ମହାତ୍ମ୍ୟ ଅନୁଯାୟୀ ଶ୍ରୀ ବଳଦେବ ଦ୍ଵାପର ଯୁଗ ଅନ୍ତଃ କାଳରେ ଲଳିତ ଗିରିରେ ବାସକରୁଥିବା ଦୁର୍ଦ୍ଦାନ୍ତ ଅତ୍ୟାଚାରୀ ରାକ୍ଷସ କନ୍ଦରାକୁ ଏହି ସ୍ଥାନରେ ହଳ ମୁଷଳ ଆୟୁଧରେ ହତ୍ୟା କରିଥିବାରୁ ଏହି ସ୍ଥାନର ନାମ ‘କନ୍ଦରୁ ପାଢୀ’ ବା କେନ୍ଦ୍ରାପଡା । ତେଣୁ କେନ୍ଦ୍ରାପଡାକୁ ଲୋକେ ତୁଳସୀକ୍ଷେତ୍ର ବୋଲି କହିଥାଆନ୍ତି । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଶ୍ରୀ ବଳଦେବ ହେଉଛନ୍ତି କେନ୍ଦ୍ରାପଡା ବାସୀଙ୍କର ଆରାଧ୍ୟ ଦେବତା ଓ ତାଙ୍କ ଭୁବନ ବିଖ୍ୟାତ ନୈବେଦ୍ୟ “ରସାବଳୀ” ଅତି ପ୍ରିୟ ଓ ସର୍ବନ୍ତକରେଣରେ ଗ୍ରହଣୀୟ ।ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର କେନ୍ଦ୍ରାପଡା ସହରସ୍ଥିତ ଶାମଗୁଡିଆ ରାଜସ୍ୱ ଓ ବଡ ବାରଙ୍ଗ ରାଜସ୍ୱ ଗ୍ରାମଦ୍ୱୟରେ ଅବସ୍ଥିତ । ତେବେ ଲୋକମୁଖରେ ଏହି ଗ୍ରାମକୁ “ଇଚ୍ଛାପୁର”ବୋଲି କୁହାଯାଏ। ଏ ମନ୍ଦିର ମହାପ୍ରଭୁଙ୍କ ତୃତୀୟ ବିଜେ ସ୍ଥଳୀ । ମୋଗଲ ସୁବାଦାର ଖାନ-ଇ-ଦୌରାନ ଦ୍ଵାରା କେନ୍ଦ୍ରାପଡା ସହରର ମଧ୍ୟ ଭାଗରେ ଅବସ୍ଥିତ ପ୍ରାକ୍ତନ ମନ୍ଦିର ୧୬୬୩ମସିହା ଜୁନ ୧୭ ତାରିଖରେ ଧ୍ଵଂସ ହେଲାପରେ ୧୭୦୦ ମସିହ ସୁଦ୍ଧା କୁଜଙ୍ଗ ନରେଶ ଓ ଛେଦରା ବାରଙ୍ଗ ରାଜା ,ଗୋପୀନାଥ ନରେନ୍ଦ୍ର ଓ ଜଗନ୍ନାଥ ମହାପାତ୍ରଙ୍କ ମିଳିତ ସହଯୋଗରେ ବର୍ତ୍ତମାନର ମୁଖ୍ୟ ମନ୍ଦିର ନିର୍ମିତ ହୋଇଥିଲା । ମଝି ମନ୍ଦିର ମଣିକା ଦେବୀ ଓ ଜଗମୋହନ ମନ୍ଦିର ପ୍ରଥମ ମହନ୍ତ ଷଡଗୋପୀ ରାମାନୁଜ ଦାସ ଏବଂ ପ୍ରବେଶ ମନ୍ଦିର ବା ବାଟ ଦେଉଳ ଜଗନ୍ନାଥ ଭ୍ରମର ବର ରାୟଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ସମଗ୍ର ମନ୍ଦିରର ଆବାସସ୍ଥଳୀର ପରିମାଣ ହେଉଛି ପ୍ରାୟ ତିନି ଏକର । ମୁଖ୍ୟ ଗର୍ଭ ଗୃହର ଉଚ୍ଚତା ୭୫ ଫୁଟ ,ମଝି ମନ୍ଦିରର ଉଚ୍ଚତା ୪୦ ଫୁଟ,ଜଗମୋହନ ଉଚ୍ଚତା ୬୫ ଫୁଟ ଓ ବାଟ ଦେଉଳର ଉଚ୍ଚତା ୭୦ ଫୁଟ । ମନ୍ଦିର ବେଢା ମଧ୍ୟରେ ରହିଛି ୪୫ ଫୁଟ ଉଚ୍ଚ ନିର୍ମିତ ଭବ୍ୟ ମହାଲକ୍ଷ୍ମୀ ମନ୍ଦିର,ସମସ୍ତ ମନ୍ଦିର ପିଢ ଶୈଳୀରେ ନିର୍ମିତ ହୋଇଅଛି ।ମୁଖ୍ୟ ମନ୍ଦିର ଉଡୁଥିବା ପତାକାକୁ “ବ୍ରହ୍ମଚିରାଳ” ବା ‘ବ୍ରହ୍ମ ବାନା’ ବୋଲି କୁହାଯାଉଥିଲା ବେଳେ ମନ୍ଦିର ଅଗ୍ରଭାଗରେ ଥିବା ୫ ଫୁଟ ଉଚ୍ଚର ନୀଳଚକ୍ରକୁ “ବ୍ରହ୍ମନୀଳଚକ୍ର” ବୋଲି କୁହାଯାଇଥାଏ । ଏହି କ୍ଷେତ୍ରକୁ ତୁଲସୀ କ୍ଷେତ୍ର,ଗୁପ୍ତ କ୍ଷେତ୍ର ,ଗୁପ୍ତ ବୃନ୍ଦାବନ,ଶ୍ରୀ ବଳଦେବଙ୍କ କ୍ଷେତ୍ର ଓ ମଣିବିଗ୍ରହ କ୍ଷେତ୍ର ବୋଲି କୁହାଯାଏ ।ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଏ ବିଶ୍ଵରେ ଏକମାତ୍ର ମନ୍ଦିର ଯେଉଁ ମନ୍ଦିରରୁ ଭକ୍ତ,ଦର୍ଶନୀ ଓ ପରିବ୍ରାଜକ ହିନ୍ଦୁ ହୋଇଥିଲେ ନିଜ ଇଚ୍ଛା ମୁତାବକ ନିଃଶଙ୍କୁଡି ଭୋଗ ସଙ୍ଗେ ସଙ୍ଗେ ଅମଣିଆ ଦୋକାନରୁ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ ପୂର୍ବକ ନିଜେ ଗୃହରେ ବା ମନ୍ଦିରରେ ସେବନ କରି ପାରିବେ । ଇଚ୍ଛାମୁତାବକ ଶଙ୍କୁଡି ନୈବେଦ୍ୟ ନିଜ ପଣ୍ଡାଙ୍କ ଜରିଆରେ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ କରିପାରିବେ । ଯଦିଚ ଯାତ୍ରୀ,ଦର୍ଶନୀ ମାନଙ୍କ ପାଇଁ ପୂର୍ବରୁ ତିଆରି ବା ପ୍ରସ୍ତୁତ ଭୋଗ ସାମଗ୍ରୀ ଏହି ମନ୍ଦିରରେ ସେବନ ପାଇଁ ମିଳିଥାଏ ,ତଥାପି ଭକ୍ତ ବା ଯାତ୍ରୀ ଚାହିଁଲେ ପୂର୍ବ ବର୍ଣ୍ଣିତ ଅନୁସାରେ ତାହା କରିପାରିବେ,ତେଣୁ ଶ୍ରୀ ବଳଦେବ ମନ୍ଦିର ପୃଥିବୀର ସବୁ ମନ୍ଦିର ଠାରୁ ଏକ ବ୍ୟତିକ୍ରମ ।ଶ୍ରୀକ୍ଷେତ୍ର ପରି ଏ ମନ୍ଦିରରେ ୧୨ ମାସରେ ୧୩ ଯାତ୍ରା ପାଳିତ ହୁଏ । ଚନ୍ଦନ ପାଇଁ ରହିଛି ମହାପ୍ରଭୁଙ୍କର ବିରାଟ ଚନ୍ଦନ ପୁଷ୍କରିଣୀ । ଏଠାରେ ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଯାଏଁ ମହାପ୍ରଭୁ ଚାପ ଖେଳନ୍ତି । ଖବର ଅନୁଯାୟୀ, ଆସନ୍ତା ମେ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। କିନ୍ତୁ ପରିତାପର ବିଷୟ ଚନ୍ଦନ ପୋଖରୀ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ଦେଖନ୍ତୁ ଦର୍ଶକ ବନ୍ଧୁ ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜୀଉ ଚନ୍ଦନ ପୋଖରୀରେ ସ୍ନାନ କରିବେ , ପୋଖରୀ ପାଣି କମି ଯାଇଛି । ପାଣି ଦୂଷିତ ହୋଇ ନୀଳ ରଙ୍ଗ ପାଲଟି ଯାଇଛି । ପୋଖରୀ ସାରା ଦଳ ଭର୍ତ୍ତି । ଶ୍ରୀ ଜୀଉଙ୍କୁ ଆଜି ଅଣଦେଖାକରୁଛି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ । ଯେଉଁ ପୋଖରୀ ପାଣି ମଣିଷ ବ୍ୟବହାର କରିବା ପାଇଁ ଅନୁପଯୁକ୍ତ , କିଭଳି ୨୧ ଦିନ ଧରି ଶ୍ରୀ ଜୀଉ ଜଳକ୍ରୀଡା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାନୁଯାୟୀ , ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକ ଦୀର୍ଘ ଦିନ ହେବ ବସିନି । ୫ ଜଣିଆ ଟ୍ରଷ୍ଟ ବୋର୍ଡରେ ୩ଜଣ ସରକାରୀ ହାକିମ ଥିବାବେଳେ ୧ ଜଣ ସେବାୟତ ଓ ଜଣେ ପବ୍ଲିକ ଅଛନ୍ତି । ନିୟମ ଅନୁଯାୟୀ ଜଣେ ସରକାରୀ ହାକିମ ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ରହି ଅନ୍ୟ ସେବାୟତ ମାନେ ବୋର୍ଡର ମେମ୍ବର ରହିବା ପାଇଁ ନିୟମ ଥିବା ବେଳେ ଏଠି ନିୟମକୁ ଖୁଲୁମ ଖୋଲା ଅବମାନନା ହେଉଛି ବୋଲି ସାଧାରଣରେ ଚର୍ଚା ଜୋରଧରିଛି । ଆସନ୍ତାକାଲି ଶ୍ରୀ ଜୀଉଙ୍କର ଚନ୍ଦନ ଯାତ୍ରା କିନ୍ତୁ ପରିତାପର ବିଷୟ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିଗୋଢ ନିଦ୍ରାରେ ଶୋଇବା ଭକ୍ତମାନଙ୍କ ମନରେ କ୍ଷଭୋ ପ୍ରକାଶ ପାଇଛି । ସୂଚନାନୁଯାୟୀ କୋଟି କୋଟି ଟଙ୍କା ବ୍ୟୟରେ ମନ୍ଦିର ଅଲୋକି କରଣ ପାଇଁ ଖର୍ଚ ହୋଇଥିଲା , କିନ୍ତୁ ବହୁ ଲାଇଟ ବର୍ତ୍ତମାନ ଅକାମି ହୋଇ ପଡିଛି । ଏଠି ନେତା ମାଳ ମାଳ କାର୍ଯ୍ୟ ଘର ସୁନ ବୋଲି ସାଧାରଣରେ ଚର୍ଚା ଜୋରଧରିଛି , ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More