ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜନ୍ମୋତ୍ସଵ ପାଳିତ

17

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ଗ୍ରାମ ପଞ୍ଚାୟତ ପଛ ପାର୍ଶ୍ଵରେ ଥିବା ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିରରେ ଆଜି ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପୁଣ୍ୟ ୯୭ ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଆବାହକ ପବିତ୍ର କୁମାର ଜେନା,ଶ୍ରଧାଳୁ ଭକ୍ତ ନିତ୍ୟାନନ୍ଦ ମହାନ୍ତି,ରତିକାନ୍ତ ନାୟକ,ସୁଦର୍ଶନ ମହାଙ୍କୁଡ,ଧଳେନ୍ଦ୍ର ଦ୍ଵାରୀ,ବିଶ୍ଵେସ ତ୍ରିପାଠୀ,ଶ୍ରଧାଳୁ ଭକ୍ତିମତି ମାତ୍ରୁ ମଣ୍ଡଳି ପ୍ରମୁଖଙ୍କ ସହ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ,ଡାବୁଗାଁ ଙ୍କ ପ୍ରଚେଷ୍ଠାରେ ଆଜି ପ୍ରାତ ୪ ଘଣ୍ଟା ୩୦ମିନିଟ୍ ରେ ନଗରସଙ୍କିର୍ତନ କରି ସହର ପରିକ୍ରମା କରିଥିଲେ।୮ଘଣ୍ଟା ୧୫ମିନିଟ ରେ ଆଧ୍ୟାତ୍ମିକ ପତାକା ଉତୋଳନ କରାଯାଇଥିଲା।୯ଘଣ୍ଟା ୧୫ ମିନିଟରେ ଷୋଡଷ ପୁଜା ଅର୍ଘ୍ୟଶ୍ରୀ ଶ୍ରୀ ବାବାଙ୍କ ପାଖରେ କରାଜାଇ ଥିଲା।ଏହାପରେ ଡାବୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ଓ ବିଭୁତି ବଣ୍ଟନ କରାଜାଇଥିଲା।ବାବାଙ୍କ ଭଜନ କିର୍ତ୍ତନରେ ମନ୍ଦିର ପରିବେଶ ବେଶ୍ ଭକ୍ତି ପରିବେଶ ସ୍ରୁସ୍ଥି ହୋଇଥିଲା।୧୫ରୁ ୨୦ ଜଣ ବ୍ରୁଦ୍ଧ,ବ୍ରୁଦ୍ଧା ଓ ଅସହାୟ ମାନଙ୍କ ନିମନ୍ତେ ନାରୟଣ ସେବା ସରିବା ପରେ ଅତିଥି ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଜାଇ ଥିଲା।ବାଲ୍ ବିକାଶ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଜୋଗିତା କରାଜାଇ ପ୍ରତିଜୋଗିତାର୍ଵ୍ କ୍ରୁତି ଛାତ୍ର ଛାତ୍ରୀମାନଙ୍କୁ
ପୁରସ୍କ୍ରୁତ କରାଜାଇଥିଲା।ମନ୍ଦିର ଆଗରେ ମା ମାନଙ୍କ ଝୋଟି ବେଶ ଆକର୍ଶଣ ହୋଇ ଥିଲା।ପୁଟ ପୁର୍ତ୍ତିରୁ ଦୁଇଟି ଧ୍ୟାନ ବ୍ରୁକ୍ଷ ଆସିଥିବାବେଳେ ନବରଙ୍ଗପୁର ବାବାଙ୍କ ମନ୍ଦିରରେ ଗୋଟିଏ ଓ ଡାବୁଗାଁ ବାବାଙ୍କ ମନ୍ଦିରରେ ଲଗାଜାଇ ତାହାର ଜତ୍ନ ନିଆଜାଉଛି। ଶ୍ରଧାଳୁ ଭକ୍ତ କାଶିନାଥ ତ୍ରିପାଠୀ ଓ ତାଙ୍କ ସହ ଧର୍ମିଣୀ ରାଜେଶ୍ଵରୀ ତ୍ରିପାଠୀ ୧୫ରୁ୨୦ଜଣ ନାରାୟଣଙ୍କୁ କମ୍ବଳ ଓ ଫଳ ବଣ୍ଟନ କରି ଥିଲେ।ରାଜେଶ୍ଵରୀ ମା ଙ୍କ ଦେହ ଭଲ ନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା ପ୍ରତି ପ୍ରତ୍ୟେକ ବାବାଙ୍କ ଜନ୍ମଦିନରେ ବାବାଙ୍କୁ
ଜଣାଇଥିଲେ।ସତ୍ୟସାଇ ସେବା ସଙ୍ଗଠନ ର ଅନୁରୋଧ ରକ୍ଷା କରି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ସହ ନିରିକ୍ଷକ ବୁଜି ରାମ ବାଗ,ସହ ଉପ ନିରିକ୍ଷକ ବିଜୟ କୁମାର ସାହୁ ଓ ଶିଶିର କୁମାର ଘୋଷ୍ ବାବାଙ୍କ ମନ୍ଦିରରେ ପ୍ରସାଦ ସେବନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More