କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ବିଲିକଣା ପଞ୍ଚାୟତ ବାଲିଆଯୋଡି ଗ୍ରାମରେ ଶିରିଡ଼ି ସାଇ ମନ୍ଦିରର ତୃତୀୟ ବାର୍ଷିକୀ ଉତ୍ସବ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ଶିରିଡ଼ି ସାଇବାବା ଙ୍କ ତୃତୀୟ ବାର୍ଷିକୀ ଉତ୍ସବ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିବା ବେଳେ ରାଜନଗର ବିଧାୟକ ଧୃବ ଚରଣ ସାହୁ ପଟ୍ଟାମୁଣ୍ଡାଇ ବ୍ଲକ ବିଜୁ ଜନତା ଦଳ ସଭାପତି କିଶୋର କୁମାର ସାହୁ ପଟ୍ଟାମୁଣ୍ଡାଇ ନଗର ବିଜୁ ଜନତାଦଳର ଜୁବ ସଭାପତି ମିଟୁ ମନୋଜ ନାୟକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଯୋଗଦେବା ସହିତ ହଜାର ହଜାର ସଂଖ୍ୟାରେ ଶିରିଡ଼ି ସାଇ ବାବାଙ୍କ ଭକ୍ତମାନେ ସକାଳ ପାଞ୍ଚଟା ସମୟରୁ ରାତ୍ରି ଏଗାରଟା ସମୟ ପଯ୍ୟନ୍ତ ଉପସ୍ଥିତ ରହିଥିଲେ। ଶିରିଡି ବାବାଙ୍କ ତୃତୀୟ ଯନ୍ମବାର୍ଷିକୀ ଉପଲକ୍ଷେ 108 କଳସ ବୁଡାଇବା ସହ ନିଷ୍ଠାର ସହିତ ବାବାଙ୍କ ନିତି କାନ୍ତି ଓ ଶିରିଡ଼ି ସାଇବାବା ଙ୍କ ସେବା କରାଯାଇ ରାତି ନଅଟା ରୁ ଆରମ୍ଭ ହୋଇ ଥିଲା ବାବାଙ୍କ ହୋମଯଜ୍ଞ ପଣ୍ଡିତ ଙ୍କ ମହାମନ୍ତ୍ର ସହିତ ବାବାଙ୍କ 108 ନାମ ବର୍ଣ୍ଣନା କରି 108 ଥର ଅର୍ଘ୍ୟ ହୋମଅଗ୍ନିରେ ଆହୁତି ଦେଇଥିଲେ। ହଜାର ହଜାର ଭକ୍ତମାନେ ପ୍ରସାଦ ସେବନ କରିଥିଲେ ସେହି ଅଞ୍ଚଳ ହୁଳହୁଳି ହରିବୋଲ ରେ କମ୍ପିଉଠୁଥିବା ବେଳେ ମନ୍ଦିର ବେଢ଼ା ମଧ୍ୟରେ ଆନନ୍ଦ ପରିବେଶ ଅନୁଭବ ହେଉଥିଲା। ଏହି ସୁନ୍ଦର ଶିରିଡ଼ି ସାଇବାବା ଙ୍କ ମନ୍ଦିର ବିଗତ ଫେବୃଆରୀ 2018 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହି ସୁନ୍ଦର ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠାତା ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ପଣ୍ଡା ଙ୍କ ଉଦ୍ୟମ ରେ କରାଯାଇଥିଲା।ଆଜି ତୃତୀୟ ବାର୍ଷିକ ଉତ୍ସବ ଅବସରରେ ବାବାଙ୍କ ନିତି କାନ୍ତି ଠାରୁ ଆରମ୍ଭ କରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପ୍ରସାଦ ସେବନ ପଯ୍ୟନ୍ତ ସମସ୍ତ ଦିଗକୁ ଦୃଷ୍ଟିରେ ରଖିଥିଲେ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ପଣ୍ଡା। ବାବା ସମସ୍ତ ଙ୍କୁ ଶ୍ରଦ୍ଧା କରୁଥିଲେ କୁନି କୁନି ପିଲାମାନଙ୍କ ଠୁ ଆରମ୍ଭକରି ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ବହୁତ ଭଲ ପାଉଥିଲେ। ଏହି ଶିରିଡି ସାଇ ମନ୍ଦିର ପଲ୍ଲୀ ଗ୍ରାମରେ ସ୍ଥାପିତ କରି ପ୍ରଦିପ୍ କୁମାର ପଣ୍ଡା ପ୍ରଶଂସାର ପ୍ରୀୟ ପାତ୍ର ହୋଇଛନ୍ତି। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।