ଶ୍ରୀ ଶ୍ରୀ ଶରୀଶ୍ଵର ବେବଙ୍କ ପୀଠରେ ଆଜି ଆରମ୍ଭ ହୋଇଛି ଏକବିଂଶ ତମ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ଜ୍ଞାନଯଜ୍ଞ

22

Get real time updates directly on you device, subscribe now.

କଣାସ(ସଂଘର୍ଷ ମିଡିଆ ) : ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଅଡାଲ- ବଡାଲ ଗ୍ରାମ ଶରୀଶ୍ଵର ବେବଙ୍କ ପୀଠରେ ଆଜି ଏକବିଂଶ ତମ ନବାହ୍ନ ପରାୟଣ ଜ୍ଞାନଯଜ୍ଞ ଓ ଶ୍ରୀରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ପୁଣ୍ୟତୋୟା ମକରା ନଦୀର ପବିତ୍ର ଜଳରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ୧୦୮ ହନୁମାନ ଚାଳିଶା ପାଠ ଏବଂ ଶ୍ରୀ ଶ୍ରୀ ରାମଦରବାର ବିଗ୍ରହ ପ୍ରତିଷ୍ଠା, ଘଟସ୍ତାପନ, ପୂଜା ଓ ମାନସ ପାରାୟଣ ସହିତ ବିବିଧ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାମ ଯଜ୍ଞକୁ ବ୍ୟାସ ପରସୁରାମ ଦାଶଜୀ ମହାରାଜ , ସଂକର୍ଷଣ ପୁରୋହିତ ,ମୃତ୍ୟୁଞ୍ଜୟ ଭଟ୍ଟ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଭିତ୍ତିକ ଏହି ଆଧାତ୍ମିକ କାର୍ଯ୍ୟକ୍ରମ ଦୀର୍ଘ ୨୧ ବର୍ଷ ହେଲା ଚାଲି ଆସୁଅଛି । ଏହି ଆଧାତ୍ମିକ କାର୍ଯ୍ୟକ୍ରମ ଏପ୍ରିଲ ମାସ ୩୦ ତାରିଖ ଅର୍ଥାତ ବୈଶାଖ ଅମାବାସ୍ୟା ଦିନ ପୂର୍ଣାହୁତି ପ୍ରଦାନ ହେବେ । ଆଜିର ଏହି ପବିତ୍ର ଈଶ୍ଵରଙ୍କ କାର୍ଯ୍ୟରେ ମହନ୍ତ କୃଷ୍ଣ ଚନ୍ଦ୍ର ଦାସଜୀ ମହାରାଜ , ମହନ୍ତ ବନମାଳୀ ଦାସଜୀ ମହାରାଜ , ମହନ୍ତ ବିଶ୍ଵମ୍ବର ଦାସଜୀ ମହାରାଜ ପ୍ରମୁଖ ସାଧୁ ସନ୍ଥ ମାନେ ଯୋଗ ଦେଇଥିଲେ । ବ୍ୟୁରୋ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More