ନବରଙ୍ଗପୁର(ସଂଘର୍ଷ ମିଡିଆ) : ସାରା ବିଶ୍ଵରେ ଆଜି ସତସଙ୍ଗପ୍ରେମୀ ଭାଇ ଓ ମାଆ ମାନେ ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ପାଳନ କରୁଥିବାବେଳେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚାଉରିଆଗୁଡା ଠାରେ ଥିବା ସତସଙ୍ଗ ବିହାରରେ ପାଳନ ହେବା ସହିତ ସମସ୍ତ ସତସଙ୍ଗ ବିହାର, ସତସଙ୍ଗ କେନ୍ଦ୍ର ମାନଙ୍କରେ ଉଲ୍ଲାସ ସହକାରେ ପାଳନ କରାଯାଉଛି। ଆଜି ସକାଳ ୮ ଘଣ୍ଟା ୫୦ମିନିଟ୍ ସମୟରେ ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୨୯ତମ ଜନ୍ମ ଦିବସ ଅବସରରେ ଡାବୁଗାଁ ସତସଙ୍ଗ୍ ବିହାରରେ ଶ୍ରଧାଳୁ ଭକ୍ତ ଓ ଭକ୍ତିମତି ମାତୃ ମଣ୍ଡଳୀଙ୍କ ଦ୍ଵାରା ୧୨୯ଟି ଦୀପ ପ୍ରଜ୍ଵଳନ,୧୨୯ ଥର ଶଙ୍ଖ ଧ୍ଵନୀ,୧୨୯ ଥର ବନ୍ଦେ ପୁରୁଷୋତ୍ତମ ଧ୍ଵନୀ ଦେବା ପରେ ପ୍ରାତ ବିନତୀ କରାଜାଇ ସତ୍ୟାନୁସରଣ,ନାରୀର ନୀତି,ପୁଣ୍ୟପୋଥି ଓ ଗିତା ଗ୍ରନ୍ଥ ପାଠ କରାଜାଇ ଭଜନ କୀର୍ତ୍ତନ କରାଯାଇ ବନ୍ଦେ ପୁରୁସୋତ୍ତମ ଧ୍ଵନୀ ଦେଇ ସମାପନ କରାଜାଇଥିଲା ଓ ପରେ ମାଆ ମାନଙ୍କ ଦ୍ଵାରା ମାତ୍ରୁ ସମ୍ମିଳନୀ କରଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜାଜକ ଗୋପିନାଥ ବେହେରା ଓ ଗିରିଧାରୀ ସାହୁ,ଶ୍ରଧାଳୁ ଭକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ,ଭଗବାନ୍ ହୋତା,ମୁରଲିଧର ଡାକୁଆ,ଲକ୍ଷ୍ମିକାନ୍ତ ସାହୁ,ଧବଳ ନାୟକ,ସୁର୍ଜ୍ୟ କାନ୍ତ ପାଢୀ,ରବି ନାରାୟଣ ମହାନ୍ତି ପ୍ରମୁଖଙ୍କ ସହ ଅନ୍ୟ ଗୁରୁ ଭାଇବ୍ରୁନ୍ଦ ଉପସ୍ତିତ ରହି ସହଜୋଗ କରି ଥିଲେ।ଜୟନ୍ତୀ ନଗର ଶ୍ରଧେୟ ପରିଡା ଭାଇଙ୍କ ଘରେ ଅପରାହ୍ନ ୩ଘଣ୍ଟା ୩୦ମିନିଟରେ ମାତୃସମ୍ମିଳନୀ ହୋଇଥିଲା।ଏହି ମାତୃ ସମ୍ମିଳନୀ ଶ୍ରୀ ଶ୍ରୀ ଲକ୍ଷ୍ମୀମାର ଶ୍ରାବଣ ମାସରେ ଜନ୍ମ ମାସ ହୋଇ ଥିବାରୁ ତା୨୦/୭ରୁ ପ୍ରତ୍ୟେକ ଦିନ ଜଣଙ୍କ ଘରେ ମା ମାନଙ୍କ ପ୍ରଚେଷ୍ଟାଦ୍ୱାରା ମାତ୍ରୁ ସମ୍ମିଳନୀ ଅନୁଷ୍ଟିତ ହୋଇ ଉକ୍ତ କାର୍ଜ୍ୟକ୍ରମ
ତା୩୧/୭ ପର୍ଜ୍ୟନ୍ତ ଚାଲୁ ରହିବ ବୋଲି ମା ମାନେ ସୁଚନା ଦେଇଛନ୍ତି।ନ ନବରରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍।
Get real time updates directly on you device, subscribe now.