ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀଉ ମଠରେ ୭୨ତମ ବ୍ୟଞ୍ଜନ ଦ୍ଵାଦଶୀ ପାଳିତ

18

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ବ୍ଳକ ଅନ୍ତର୍ଗତ ଜଂକୋଟି ପଂଚାୟତର ବିରିବାଟୀ ଗ୍ରାମରେ ଥିବା ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଜୀୟୁ ମଠରେ 72ତମ ବ୍ୟଞ୍ଜନ ଦ୍ଵାଦଶୀ ମହାସମାରୋହରେ ପାଳିତ ହୋଇଯାଇଛି। 72ତମ ବ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ 74ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ପ୍ରଥମେ ଠାକୁରଙ୍କ ନିକଟରେ ଲାଗି ହେବାପରେ ଆଖପାଖ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଖାଇବାକୁ ଦିଆଯାଇଥିଲା।ତେବେ ବ୍ୟଞ୍ଜନ ମଧ୍ୟରେ ଅନ୍ନ ଦୁଇ ପ୍ରକାର, ଡାଲି ଚାରି ପ୍ରକାର, ଭଜା ତେର ପ୍ରକାର, ରାଇ ତିନି ପ୍ରକାର, ଖଟା ଆଠ ପ୍ରକାର ଇତ୍ୟାଦି ଚଉସ୍ତରୀ ପ୍ରକାର ବ୍ୟଞ୍ଜନ ହୋଇଥିବା ଉପଦେଷ୍ଟା ମହେଶ କୁମାର ଚୌଧୁରୀ, ଜଗନ୍ନାଥ ମୁଦୁଲି,ସଭାପତି ରାମଚନ୍ଦ୍ର ନାଏକ,ଉପସଭାପତି ନାରାୟଣ ସାହୁ,ସମ୍ପାଦକ ବାବା ଅଂକୁର ଦାସ ମହାରାଜ, ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କଳାକାର ସଂଘର ଅଭିମନ୍ୟୁ ନାଏକ ପ୍ରମୂଖ କହିଥିଲେ।ତେବେ ବ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ମଠ ପରିସରରେ ସଂକୀର୍ତନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More