ଜଗତସିଂହପୁର(ସଂଘର୍ଷ ମିଡିଆ ) : ଜଗତସିଂହପୁର ଜ଼ିଲ୍ଲାର ପୁରାଣ ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ମାଉସୀ ମା ପୀଠରେ ପବିତ୍ର ହେରା ପଞ୍ଚମୀ ଉପଲକ୍ଷେ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କ୍ରିଷ୍ଣା କଲଚରଳ ଗ୍ରୁପ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ | ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ | ସଂମ୍ମାନିତ ଅତିଥିଭାବେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସହ ନିର୍ଦେଶକ ସୁକାନ୍ତ କୁମାର ପ୍ରଧାନ | ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ | ପଣ୍ଡିତ ପ୍ରଫୁଲ କୁମାର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ |ସମିତି ସଭ୍ୟା ମୌସୁମୀ ବାରିକ | ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଙ୍କର ଆଚାର୍ଯ୍ୟ | ଆଶିଷ କୁମାର ମହାପାତ୍ର | ଲକ୍ଷ୍ମୀନାରାୟଣ ସାମନ୍ତରାୟ | ଯୁବ ଆଇନୀଜୀବୀ ସୁର ପ୍ରସାଦ ବାରିକ | ପ୍ରମୁଖ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ସ୍ମୁତି ଫଳକ ପ୍ରଦାନ କରିଥିଲେ | ଏହା ପରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ପରିଚାଳନା କରିଥିଲେ | ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ।