ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜପଥ-୩୯ପାଖରେ ଥିବା ସତସଙ୍ଗ ବିହାର ଠାରେ ଆଜି ଶ୍ରଦ୍ଧାଳୁ ଭକ୍ତ ଓ ଭକ୍ତିମତି ମା ମାନଙ୍କ ଉପସ୍ଥିତି ରେ ମହା ଆଡମ୍ବରରେ ଶ୍ରୀ ଶ୍ରୀ ଦାଦାଙ୍କ୫୫ ତମ ଜନ୍ମତିଥି ପାଳିତ୍ ହୋଇ ଜାଇଛି।ପରମ ଶ୍ରଦ୍ଧେୟ ଭକ୍ତ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଙ୍କ ସମ୍ପୁର୍ଣ୍ଣ ସହଯୋଗରେ ଆୟୋଜିତ ସତସଙ୍ଗ ରେ ସହ-ପ୍ରତି-ଋତ୍ଵିକ ଡଃ ଜଗତବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ସପ୍ରଋ କମଳାକାନ୍ତ ସାହୁ, ଯାଯକ କାଳି ପ୍ରସାଦ ପଟ୍ଟନାୟକ, ଵିଶ୍ଵନାଥ ପାଣିଗ୍ରାହୀ,ଗୋପିନାଥ ଵେହେରା ଓ ଗିରିଧାରୀ ସାହୁ ପ୍ରମୁଖ ଙ୍କ ସହ ଵିଭିନ୍ନ ଯାଗାରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଉପସ୍ତିତ ଥିଲେ।ପ୍ରାତ ଵିନତୀ,ସଦଗ୍ରନ୍ଥ ପଠନ,ଭଜନ,କିର୍ତ୍ତନ ପରେ ଶ୍ରୀ ଶ୍ରୀ ଦାଦା ଙ୍କ ଜୀବନାଦର୍ଶ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।ପରିବେଶଟି ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇଥିଲା।ପରମ ପ୍ରେମମୟ ଶ୍ରି ଶ୍ରି ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ଭାବଧାରାରେ ଅନୁପ୍ରାଣିତ ହୋଇ ସତଦିକ୍ଷା ୬ ଜଣ ଗ୍ରହଣ କରି ଥିଲେ।ସମସ୍ତ ଭକ୍ତ ମାନଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରି ଥିଲେ ଶ୍ରଦ୍ଧାଳୁ ଭକ୍ତ୍ ପଟ୍ଟନାୟକ ଭାଇ।ଡାବୁଗାଁ ର ସମସ୍ତ ଭାଇ ଓ ମାଆ ମାନଙ୍କ ସହଜୋଗରେ ସତସଙ୍ଗ ବେଶ୍ ସରଶ ସୁନ୍ଦର ହୋଇ ଥିଲ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ସହ ଜି ବିନୋଦ କୁମାର ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।