ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜପଥ-୩୯ ପାର୍ଶ୍ଵରେ ଥିବା ସତସଙ୍ଗ ବିହାର ପରିସରରେ ଆଜି ରବିବାରରେ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋଛବ ମହାଆଡମ୍ବରରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ- ପ୍ର- ରିତ୍ଵିକ କମଳା କାନ୍ତ ସାହୁଙ୍କ ଅଧକ୍ଷତାରେ ଯାଯକ ଗୋପିନାଥ ବେହେରା ଓ ଗିରିଧାରୀ ସାହୁ, ଡାବୁଗାଁ ର ଶ୍ରଧାଳୁ ଭାଇ ,ଭକ୍ତିମତି ମାତ୍ରୁମଣ୍ଡଳି ମାନଙ୍କୁ ନେଇ ଏକ ସତସଙ୍ଗ ଅନୁଷ୍ଟିତ ହୋଇଥିଲା। ସକଳ ବନ୍ଦନା ଓ ସନ୍ଧ୍ୟାକାଳିନ ବନ୍ଦନା, ସଦଗୁରୁ ବନ୍ଦନା, ଧ୍ୟାନ, ସଦଗ୍ରନ୍ଥ ପଠନ, ଭଜନ,କିର୍ତ୍ତନ କରାଯାଇ ଥିବାବେଳେ ମା ମାନଙ୍କ ଦ୍ଵାରା ଭଜନ ବେଶ ମନ ମୁଗ୍ଧକର ହୋଇଥିଲ।। ଯାଜନ ଶ୍ରୀ ଶ୍ରୀ ଠାକୁରଙ୍କ ଦିବ୍ୟ ଜିବନୀ ଉପରେ ସ-ପ୍ର- ରିତ୍ଵିକ ଶ୍ରୀ ସାହୁ ବିଶେଷ ଆଲୋଚନା କରିବା ସହ ଠାକୁରଙ୍କ ଦିବ୍ୟ ଲିଳା ଗିତ ମାଧ୍ୟମରେ ବେଶ ଆକର୍ଶଣୀୟ ହୋଇ ଥିଲା। ଜୟ ରାଧେ ଜୟ ରାଧେ କୀର୍ତ୍ତନ ପରେ ବନ୍ଦେ ପୁରୁଷୋତ୍ତମ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ଭକ୍ତ ବୃନ୍ଦଙ୍କ ମନରେ ଅଫୁରନ୍ତ ଆନନ୍ଦ ଭରି ଯାଇଥିଲା। ସମସ୍ତ ଭକ୍ତବୃନ୍ଦ ମହାଆନନ୍ଦରେ ପ୍ରସାଦ ସେବନ କରି ଆନନ୍ଦ ଉପଭୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More