ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗରର ବାର୍ଷିକ ଉତ୍ସବ ପାଳିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗର ତାର ପଞ୍ଚମ ବାର୍ଷିକ ଉସ୍ତବ ପାଳନ କରିଛି। ଶ୍ରୀ ନାରାୟଣ ପଣ୍ଡା ଙ୍କ ସଭାପତିତ୍ୱ ରେ ପାଖାପାଖି 100 ଲୋକ ଙ୍କ ସମାରୋହ ରେ ଏହି ଉସ୍ତବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ସୁଦୂର ବରଗଡ଼ ରୁ ଲେଖକ ବାଗ୍ମୀ ଶ୍ରୀ ଓମ ପ୍ରକାଶ ଯୋଶୀ ଯୋଗ ଦାନ କରି କବି ମାନଙ୍କୁ ଲେଖକ ହେବା ସଂଗେ ସଂଗେ ପାଠକ ହେବାକୁ କହିଥିଲେ। ମୁଖ୍ୟ ଅତିଥି ଭାବରେ ଵିଶିଷ୍ଠ ସମାଜ ସେବୀ ଶ୍ରୀ ଜଗନାଥ ମହାପାତ୍ର ଉପସ୍ଥିତ ରହି ପାଠାଗର ଗୁଡିକ ସମାଜ ପାଇଁ ଦର୍ପଣ କହିବା ସଂଗେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କେବଳ ସରକାରଙ୍କ ର ନ ହୋଇ ଜନ ସାଧାରଣ ର ହେବା ମଧ୍ୟ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ପାଦକ ରଜନୀ ପାତ୍ର ସମ୍ପାଦକୀୟ ପାଠ କରିଥିଲେ। ମାଟି ମାଆ ପାଇଁ ସାହିତ୍ୟ ମାଧ୍ୟମରେ ,ସେବା ଦ୍ୱାରା ପାଣ୍ଡିତ୍ୟ କ୍ଷେତ୍ରରେ ସେବା ଯୋଗାଉ ଥିବା ବିଶିଷ୍ଟ ତିନି ଜଣ ପ୍ରତିଭାଙ୍କୁ ପାଠାଗର ସମ୍ମାନ 2022 ଦିଆଯାଇଥିଲା। ଏଥିରେ ସମାଜ ସେବୀ ବୈଦେହୀ ପଣ୍ଡା ,ସହିତ୍ୟିତିକ ପ୍ରାଧ୍ୟାପକ ଶ୍ରୀ ପରୀକ୍ଷିତ ସାହୁ ଏବଂ କୃଷ୍ଣ ବେଦ ଶାସ୍ତ୍ରବିତ ଶ୍ରୀ ଆର ନରସିଂହ ଶର୍ମା ନାନୀ ପନ୍ଥୁଲ ଙ୍କୁ ସମ୍ମାନିତ କରାଯାଇଥିଲା। ପାଠାଗର ପାଇଁ ସାହାଯ୍ୟ କରିଥିବା ପାଞ୍ଚ ଜଣ ବଦ୍ଦନତ୍ୟ ବ୍ୟକ୍ତି ତଥା ଡ଼ ରାଧାନାଥ ବେହେରା ,ଶ୍ରୀ ସୁବାଷ ବିଷୋୟୀ,ଶ୍ରମତି ଭାରତୀ ବିଷୋୟୀ, ଶ୍ରୀମତୀ ଜେମାମଣି ବିଷୋୟୀ ଙ୍କୁ ଉପାଧୋକାନ ସହିତ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା।ସ୍ୱଗତ ,ଧନ୍ୟବାଦ ସହ ମଞ୍ଚ ପରିଚାଳନା କରିଥିଲେ ନାଟ୍ୟକାର ଶ୍ରୀ ଜଗନ୍ନାଥ ବେହେରା। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ନିରଞ୍ଜନ ମିଶ୍ର, ଅଖିଳ ଭୋଟ ଶ୍ରୀ ଗୋପବନ୍ଧୁ ବିଷୋୟୀ ଶ୍ରୀ କୁମୁନ୍ଦପଟନାୟକ ସହଯୋଗ କରିଥଲେ ।ଶ୍ରୀମତୀ ଜାହ୍ନବୀ ପଣ୍ଡା ଶ୍ରୀମତୀ ବନ୍ଦିତା କର ଙ୍କ ସଂଯୋଜନାରେ କବି ହରିହର ନାୟକ,ପର୍ଶୁରାମ ସାହୁ,ସିଦ୍ଧାର୍ଥ ଗୌତମ ଯୋଶୀ,ଦୁର୍ଗା ପ୍ରଧାନ,ପ୍ରଫୁଲ୍ଲ ପୁହଣ, ଶ୍ରୀ ସୁରେଶ ମିଶ୍ର, ପ୍ରେମଚାନ୍ଦ ପଟନାୟକ, ଶ୍ରୀମତୀ ରିନାରାଣୀ ସାହୁ ପ୍ରମୁଖ ବହୁ ଭଦ୍ର ବ୍ୟକ୍ତି ଓ ଭଦ୍ର ମହିଳା ଉପସ୍ତିତ୍ ରହି ସହଜୋଗ କରି ଥିଲେ। ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More