ବୌଦ୍ଧ(ସଂଘର୍ଷ ମିଡିଆ ) : ଶ୍ରୀରାମ ଲୀଳା ଯାତ୍ରା ଉପଲକ୍ଷେ ବୌଦ୍ଧ ଠାରେ “ରାମ ଗାଥାରେ ସାମାଜିକ ପ୍ରଭାବ ଓ ବୌଦ୍ଧରେ ରାମଲୀଳା ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପଲ୍ଲୀଶ୍ରୀ ଓ ପୁସ୍ତକ ମେଳାର ତୃତୀୟ ଦିବସ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ରେ ଉଦଘାଟକ ଭାବରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବରେଣ୍ୟ ଅତିଥି ଭାବରେ ବରଗଡ଼ ମହିଳା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ପୂଜାରୀ,ପ୍ରଖ୍ୟାତ କବି ଓ ସାହିତ୍ୟିକ ରାମକୃଷ୍ଣ ସାହୁ, ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପ୍ରାଧ୍ୟାପକ ବାସୁଦେବ ପାତ୍ର, ବିଶିଷ୍ଟ ନାଟ୍ୟକାର ହୃଦାନନ୍ଦ ମେହେର ଓ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ର ସଭାପତି ହରିହର ପ୍ରଧାନ ଯୋଗଦେଇଥିଲେ l ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ, ପ୍ରାକ୍ତନ ସଦସ୍ୟ ଓଡିଶା ସାହିତ୍ୟ ଏକାଡେମୀ ନୀଳ ଲୋହିତ ମହାପାତ୍ର ସ୍ୱାଗତ ସମ୍ବାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆଲୋଚନା ଚକ୍ରର ଉଦ୍ଦେଶ୍ୟଜ୍ଞାପନ ସହ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ଏହି ଆଲୋଚନା ଚକ୍ର ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବରିଷ୍ଠ ସାମ୍ବାଦିକ ରଜନୀ କାନ୍ତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଗବେଷକ ବିଶେଶ୍ୱର ପୃଷ୍ଟି, ଜିଲ୍ଲା ଉନ୍ନୟନ ପରିଷଦର ସଭାପତି ଚିତ୍ତରଞ୍ଜନ ଦାସ, ଗବେଷକ ସତ୍ୟନାରାୟଣ ପାଣି, ସମ୍ବାଦ ସାହିତ୍ୟ ଘର ବୌଦ୍ଧ ର ସମ୍ପାଦକ ରମେଶ ପ୍ରସାଦ ମେହେର, ସାମ୍ବାଦିକ ରଘୁନାଥ ଷଡ଼ଙ୍ଗୀ, ବୌଦ୍ଧ କଲଚରାଲ ଏକାଡେମୀର ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ଓଡିଶା ଲେଖିକା ସଂସଦ ବୌଦ୍ଧ ଶାଖା ର ସମସ୍ତ ସଦସ୍ୟା, ରାମଲୀଳା ନାଟ୍ୟ ସଂସଦର ସମସ୍ତ କର୍ମକର୍ତ୍ତା, ସାହିତ୍ୟିକ ଗୋପାଳ ଅମାତ, ଗୁରୁ ଦେବାଙ୍ଗନ ମେହେର, ସମାଜସେବୀ ଜୟନାରାୟଣ ମହାନ୍ତି, ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଖଲିଆବଗିଚା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ l ଶେଷରେ ଯୁବ ସାହିତ୍ୟିକ ସନ୍ତୋଷ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l