ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

29

Get real time updates directly on you device, subscribe now.

ଭଦ୍ରକ : ଆଜି ହେଉଛି ଭାରତ ବର୍ଷ ପାଇଁ ଏକ ଐତିହାସିକ ତଥା ସ୍କରଣୀୟ ଦିନ । ରାମ ଜନ୍ମଭୂମି ଜାଗାକୁ ନେଇ ୫୦୦ ବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ହେବାପରେ ଆଜି ଅଯୋଧ୍ୟାରେ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ,ଭାରତ ବର୍ଷରେ ଆନନ୍ଦ ଦେଖାଯାଇଥିବା ବେଳେ ଭଦ୍ରକରେ ମଧ୍ୟ ସମସ୍ତ ଶ୍ରୀ ରାମଙ୍କ ଓ ହନୁମାନ ମନ୍ଦିରରେ ପୂଜା ଅର୍ଜନା କରିବା ସହ ଦୀପଜାଳି ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଉଛନ୍ତି । ଭଦ୍ରକର ଶ୍ରୀରାମ ମହାଯଜ୍ଞ କମିଟି ପକ୍ଷରୁ ଗାନ୍ଧୀପଡିଆ ସ୍ଥିତ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ପ୍ରତିମୂର୍ତ୍ତି କୁ ପୂଜାର୍ଚ୍ଚନା କରାଯିବା ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା .ତେବେ ଏହି ଐତିହାସିକ ଦିବସ ଅବସରରେ ଭଦ୍ରକର ଗାନ୍ଧୀପଡିଆ ସ୍ଥିତ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆଜି ଅନୁଷ୍ଠାନିକ ଭାବେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ମହାଯଜ୍ଞ କମିଟି ର ଆବାହକ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ସମେତ ବିରୋଧୀ ଦଳ ଉପନେତା ବିଷ୍ନୁ ସେଠି, ରାୟ ରାମାନନ୍ଦ ମହାପାତ୍ର, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଆଧ୍ୟମିତ୍କ ପ୍ରବଚନ ସଂଗ୍ରାମ ଆଚାର୍ଯ୍ୟଙ୍କ ସମେତ ବହୁ ସାଧୁ ସନ୍ଥ ଓ ବଜରଙ୍ଗ ଦଳର କର୍ମୀ ମାନେ ଯୋଗ ଦେଇ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଭୁମି ପୂଜନ କାର୍ଯ୍ୟକ୍ରମ ଅବସରରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ଆଜି ଏକ ଏତିହାସିକ ଦିନ ବୋଲି କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More