ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ। ଶ୍ରୀ ମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ବଡ ବଡ଼ୁଆ ଡାକି କାଉଁରିଆ କାଠି ଜାଳିଲେ ବିଦେଶି ପର୍ଯ୍ୟଟକ। ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଭାରତୀୟ ସଂସ୍କୃତି ପ୍ରତି ସାରା ବିଶ୍ଵ ରେ କିଭଳି ଆଦର ବଢ଼ୁଚି ତାହା ଏକ ପ୍ରକାର ପ୍ରମାଣ ହୋଇଚି। ତେବେ ଆଜି ପୟା ଶ୍ରାଦ୍ଧ ଅବସର ରେ ହଜାର ହଜାର ଭକ୍ତ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟ ରେ ଶ୍ରାଦ୍ଧ ଦେବା ସହ କାଉଁରିଆ କାଠି ଜାଳି ବଡ ବଡ଼ୁଆ ଡାକି ଛନ୍ତି। ଏହି ଦୃଶ୍ୟ ଦେଖି ବିଦେଶୀ ପର୍ଯ୍ୟଟକ ଜଣକ ବେଶ୍ ଖୁସି ହୋଇଥିଲେ। ପୟା ଶ୍ରାଦ୍ଧ ଓ ବଡ ବଡୁଆ ଡାକିବା ପରମ୍ପରା ବିଷୟ ରେ ପଚାରି ବୁଝିଥିଲେ। ତେବେ ସ୍ଥାନୀୟ କିଛି ବୁଦ୍ଧିଜୀବି, ସେବାୟତ ଏହି ପରମ୍ପରା ବିଷୟ ରେ କହିବା ପରେ ବିଦେସି ପର୍ଯ୍ୟଟକ ଜଣଙ୍କ ବେଶ୍ ଖୁସି ହୋଇଥିଲେ। ନିଜ ପୁର୍ବଜଙ୍କୁ ହିନ୍ଦୁ ଧର୍ମ ଲୋକ ପୟା ଶ୍ରାଦ୍ଧ ରେ ଯେଭଳି ସମ୍ମାନ ଦେଉଛନ୍ତି ତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ଭରତୀୟ ପରମ୍ପରା କୁ ସେ ବହୁତ୍ ପଶନ୍ଦ କରିଥିଲେ। ପରେ ସେ ନିଜେ ସେବାୟତ ଙ୍କ ସହଯୋଗ କାଉଁରିଆ କାଠି ନେଇ ନିଜ ପିତୁ ପୁରୁଷଙ୍କ ଉଦ୍ଦେଶ୍ୟ ରେ କାଉଁରିଆ କାଠି ଜାଳି ବଡ ବଡ଼ୁଆ ଡାକିଥିଲେ। ତେବେ ଏହି ଦୃଶ୍ୟ ଦେଖିବାକୁ ଲୋକ ଙ୍କ ବେଶ୍ ଭିଡ ହୋଇଥଲା। ତେବେ ଆଧୁନିକତା ଆଳରେ ଆମେ ଆମର ପୁର୍ବ ପ୍ରଥା ଭୁଲିଯିବାକୁ ବସିଥିବା ବେଳେ ଜଣେ ବିଦେଶୀ ଆମ ସଂସ୍କୃତି କୁ ପସନ୍ଦ କରି ନିଜ୍ ପିତୃ ପୁରୁଷ ଙ୍କ ଉଦ୍ଦେଶ୍ୟ ରେ ବଡ ବଡୁଆ ଡାକିବା ଆମ ସମସ୍ତଙ୍କୁ ସଚେତନ କରାଇଚି। ଆମେ ଯେତେ ଆଧୁନିକ ହେଲେ ମଧ୍ୟ ଆମ ପରମ୍ପରା, ସଂସ୍କୃତି କୁ ବଜାୟ ରଖିବା ଉଚିତ୍ ବୋଲି ବିଦେଶୀ ପର୍ଯ୍ୟଟକ ଜଣଙ୍କ ବାର୍ତା ଦେଇଛନ୍ତି।