ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ଦାବୀ କଲା ଶ୍ରୀ ଜଗନ୍ନାଥ ସେନା

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ଦାବୀ କରିଚି ଶ୍ରୀ ଜଗନ୍ନାଥ ସେନା। ଏ ନେଇ ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ର କୁଳରେ ଅଭିନବ ଢଙ୍ଗରେ ଏହି ଦାବୀ କରାଯାଇଛି। ସମୁଦ୍ର ଜଳ ଭିତରେ ଠିଆ ହୋଇ ପ୍ଲା କାର୍ଡ ଧରି ଏହି ଦାବୀ କରାଯାଇଛି। ଶ୍ରୀ ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟନାୟକ କହିଛନ୍ତି ରଥ ଯାତ୍ରା ହିଁ ରତ୍ନ ଭଣ୍ଡାର ମରାମତିର ପ୍ରକୃଷ୍ଟ ସମୟ। ମହାପ୍ରଭୁ ରତ୍ନ ସିଂହାସନରେ ନ ଥିବା ବେଳେ ରତ୍ନ ଭଣ୍ଡାର ର ସ୍ଥିତି ଯାଞ୍ଜ ହେଉ। ଅନ୍ୟ ସମୟରେ ଏହା ସଠିକ୍ ଭାବେ ହୋଇ ପାରିବ ନାହିଁ । ଯେତେବେଳେ ହାଇକୋର୍ଟ, ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଏ ଏସ ଆଇ ପକ୍ଷରୁ ରତ୍ନ ଭଣ୍ଡାର ମରାମତି ପାଇଁ ସରକାରଙ୍କୁ ବାରମ୍ବାର ଅବଗତି କରାଯାଉଅଛି ସରକାର ଚୁପ୍ କାହିଁକି ବୋଲି ଶ୍ରୀ ଜଗନ୍ନାଥ ସେନା ପ୍ରଶ୍ନ କରିଚି। ରତ୍ନ ଭଣ୍ଡାରର ଅଳଙ୍କାର ଲୁଟ ହୋଇ ଥିବାରୁ ଭୟ ରେ ସରକାର ରତ୍ନ ଭଣ୍ଡାର ଖୋଲିବାକୁ ସାହାସ କରୁନାହାନ୍ତି କି ଶ୍ରୀ ଜଗନ୍ନାଥ ସେନା ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଚି। ଯଦି ସରକାର ରତ୍ନ ଭଣ୍ଡାର ମରାମତି ଦିଗ ରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆଗାମୀ ଦିନ ରେ ଆନ୍ଦୋଳନ କରାଯିବା ସହ ଆଇନ ଗତ ଲଢେଇ ପାଇଁ କୋର୍ଟ ର ଦ୍ୱାରସ୍ଥ ହେବା ପାଇଁ ଶ୍ରୀ ଜଗନ୍ନାଥ ସେନା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More