ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବୀ ନେଇ ଶ୍ରୀ ମନ୍ଦିର କାର୍ଯ୍ୟଳୟ ଘେରାଉ

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବୀ ନେଇ ଶ୍ରୀ ମନ୍ଦିର କାର୍ଯ୍ୟଳୟ ଘେରାଉ କରିଛି ଭାରତ ବିକାସ ପରିଷଦ। ପୁରୀ ରେଲୱେ ଷ୍ଟେସନରୁ ଏକ ରାଲି ରେ ସଙ୍ଗଠନ ର କର୍ମକର୍ତ୍ତା ଆସି ଶ୍ରୀ ମନ୍ଦିର କାର୍ଯ୍ୟଳୟ ଆଗରେ ପହଂଚି ବିକ୍ଷୋଭ କରିଥଲେ। ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲି ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥିତି ଜଣାଇବାକୁ ଭାରତ ବିକାଶ ପରିଷଦ ଦାବୀ କରିଚି। ଏ ନେଇ ଏକ ଦାବୀ ପତ୍ର ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରତିବାଦରେ ସାମିଲ ଥିବା ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ରାଜ୍ୟ ସରକାର କଣ ପାଇଁ ରତ୍ନ ଭଣ୍ଡାର ଖୋଲିବାକୁ ପଛ ଘୁଂଚା ଦେଉଛନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଏବେ ସନ୍ଦେହ କରୁଛନ୍ତି। ରତ୍ନ ଭଣ୍ଡାର ରେ ଆଉ ରତ୍ନ ଅଳଙ୍କାର ଅଛି ନା କିଏ ଲୁଟ କରି ନେଇଛି ତକୁ ନେଇ ପ୍ରଶ୍ନ ଉଠିଛି। ଏଣୁ ଏହି ସନ୍ଦେହ କୁ ଦୂର କରିବା ପାଇ ରାଜ୍ୟ ସରକାର ତୁରନ୍ତ ରତ୍ନ ଭଣ୍ଡାର ଖୋଲି ଦିଅନ୍ତୁ। ନ ହେଲେ ଆଗାମୀ ଦିନ ରେ ବ୍ୟାପକ ବିରୋଧ ହେବ। ଏହି ଆନ୍ଦୋଳନ ର ନେତୃତ୍ୱ ନେଇଥିବା ଭାରତ ବିକାସ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି। ବର୍ଷା ଦିନେ ରତ୍ନ ଭଣ୍ଡାର ଛାତରୁ ବର୍ଷା ପାଣି ଗଲୁଛି। ଏହାର ମରାମତି କରିବା ପାଇଁ ସେବାୟତ, ଗଜପତି ମହାରାଜା, ଭକ୍ତ ଓ asi ବି କହି ସରିଛି। ହେଲେ ରାଜ୍ୟ ସରକାର ପଛ ଘୁଂଚା ଦେଉଛନ୍ତି। ଏଣୁ ରତ୍ନ ଭଣ୍ଡାର ରେ ରତ୍ନ ଅଛି ନା କେହି ଲୁଟି ନେଇଛି ତାହା ଏବେ ସନ୍ଦେହ ହୋଇଚି। ଏଣୁ ରତ୍ନ ଭଣ୍ଡାରରେ ରତ୍ନ କେତେ ସୁରକ୍ଷିତ ତାକୁ ସରକାର ସାର୍ବ ଜନୀନ କରିବାକୁ ଭାରତ ବିକାଶ ପରିଷଦ ଦାବୀ କରିଚି। ସେପଟେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଚନ୍ତି ରତ୍ନ ଭଣ୍ଡାର ମାମଲା ଏବେ କୋର୍ଟରେ ରହିଛି। ଏହା ଉପରେ କୌଣସି ମତ ସେ ଦେଇ ପାରିବେ ନାହିଁ । ତେବେ ରତ୍ନ ଭଣ୍ଡାର ଖୋଲିବା ଦାବୀ ପତ୍ରକୁ ସେ ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ଙ୍କୁ ଏ ନେଇ ଅବଗତ କରାଇବେ। ରତ୍ନ ଭଣ୍ଡାର ଖୋଲିବା ପାଇଁ ଦାବୀ ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏହି ଅବହେଳା ଆଗାମୀ ଦିନରେ ମହଙ୍ଗା ହେବ ବୋଲି ଚର୍ଚ୍ଚା ହେଉଚି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More