ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବ ଓ ରତ୍ନ ଅଳଙ୍କାର ଗଣତି ଖୁବ ଶୀଘ୍ର ହେବ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

14

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର କେବେ ଖୋଲିବ। କେବେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହେବ। ଏ ନେଇ ଏବେ ସବୁ ଜଗନ୍ନାଥ୍ ପ୍ରେମୀଙ୍କ ମଧ୍ୟରେ ବଡ ପ୍ରଶ୍ନ । ତେବେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବ ଓ ରତ୍ନ ଅଳଙ୍କାର ଗଣତି ଖୁବ୍ ଶୀଘ୍ର ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି। ତେବେ କେବେ ଖୋଲିବ ସେ ନେଇ ଆଇନମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସରକାର ଏ ନେଇ ପ୍ରକ୍ରିୟା ଜାରୀ ରଖିଛନ୍ତି ଓ ସଠିକ୍ ସମୟ ଭକ୍ତ ଙ୍କୁ ଜଣାଇ ଦିଆଯିବ ବୋଲି ଆଇନ ମନ୍ତ୍ରୀ ମିଡ଼ିଆ କୁ ପ୍ରତିକ୍ରିୟା ରେ କହିଚନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ। ତେବେ ରଥ ଯାତ୍ରା ସମୟ ରେ ରତ୍ନ ଭଣ୍ଡାର ଖୋଳିବା ପ୍ରକୃଷ୍ଟ ସମୟ ବୋଲି କୁହାଯାଉଥିବା ବେଳେ ଆଇନମନ୍ତ୍ରୀ କହିଛନ୍ତି ପୁର୍ବ ଥର ରତ୍ନ ଭଣ୍ଡାର ଖୋଲିବା ଓ ଅଳଙ୍କାର ଗଣତି ପାଇଁ 70 ଦିନ ସମୟ ଲାଗିଥିଲା। ଏଣୁ ଏହା ଏକ ଲମ୍ବା ପ୍ରକ୍ରିୟା। ଏ ନେଇ ସରକାର ସଚେତନ ଅଛନ୍ତି। ଗତ ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଆସନ୍ତା ଜୁଲାଇ 7 ତାରିଖ ରେ ଖୋଲାହେବ ବୋଲି ଏ ଏସ ଆଇ ଅଧିକ୍ଷକ ମିଡ଼ିଆ ରେ ପ୍ରତିକ୍ରିୟା ରଖିଥିଲେ। ତେବେ ପରେ ଆଇନମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ।ସେ କହିଥିଲେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ରାଜ୍ୟ ସରକାର ନେବେ। ଏ ଏସ ଆଇ ର ଏ ନେଇ କୌଣସି ଅଧିକାର ନାହିଁ । ତେବେ ଏ ଏସ ଆଇ ଅଧିକାରୀ ରାଜ୍ୟ ସରକାର ଙ୍କୁ ଅବଗତ ନ କରେଇ ଯେଭଳି ଏକ ତରଫା ଭାବେ ରତ୍ନ ଭଣ୍ଡାର ଖୋଲିବା ଘୋଷଣା କଲେ ଏହା ଏକ ଶୃଙ୍ଖଳା ଉଲଘଂନ ଓ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More