ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଦୁଇ ମାସ ଭିତରେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ଶ୍ରୀ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ
ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଦୁଇ ମାସ ଭିତରେ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ଶ୍ରୀ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ଜଗନ୍ନାଥ ପ୍ରେମୀ ସ୍ୱାଗତ କରିଥିବା ବେଳେ ପୁରୀର ଜଗନ୍ନାଥ ସେନା ଏହି ନିର୍ଦ୍ଦେଶ କୁ ସ୍ୱାଗତ କରିଚି। ଏହି ପରିପ୍ରେକ୍ଷିରେ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ଦୀପ ଦାନ କରାଯାଇଥିଲା ବେଳେ ଭକ୍ତଙ୍କ ମଧ୍ଯ ରେ ମିଷ୍ଟାନ୍ନ ବଣ୍ଟନ କରିଚି ଜଗନ୍ନାଥ ସେନା। ତେବେ ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଚନ୍ତି ରତ୍ନ ଭଣ୍ଡାର ଖୋଲିବା ନେଇ ଜଗନ୍ନାଥ ସେନା ଦୀର୍ଘ ଦିନ ହେବ ଆନ୍ଦୋଳନ କରିଆସୁଥିଲା। ତେବେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଏକ ନିର୍ଣ୍ଣାୟକ ସ୍ଥିତି ରେ ଏହି ପ୍ରସଂଗ ପହଞ୍ଚାଇଛି। ରତ୍ନ ଭଣ୍ଡାର ଖୋଲିବା ନେଇ ଆଶା ଉଜିବିତ ହୋଇଚି। ତେବେ ହାଇକୋର୍ଟ ଶ୍ରୀ ମନ୍ଦିର ପ୍ରଶାସନ କୁ 60 ଦିନ ସମୟ ଦେଇଛନ୍ତି ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ। ତେବେ ଯଦି ପ୍ରକୃତ ରେ ଶ୍ରୀ ମନ୍ଦିର ପ୍ରଶାସନ ପ୍ରଭୁ ଜଗନ୍ନାଥଙ୍କୁ ସମ୍ମାନ ଦେଉଚି ତାହା ହେଲେ 7 ଦିନ ଭିତରେ ଉଚ୍ଚ ସ୍ତରୀୟ କମିଟି ଗଠନ କରୁ। କମିଟି ଗଠନ କରିବା ଆଳରେ 2 ମାସ ସମୟ ନେଇ ଆଉ ଭେଳିକି ନ ଦେଖାଉ ଶ୍ରୀ ମନ୍ଦିର ପ୍ରଶାସନ। ଶେଷ ମୁହୂର୍ତ୍ତ ରେ ଶ୍ରୀ ମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବା ନେଇ ଏକ କମିଟି ଗଠନ ପାଇଁ ହାଇକୋର୍ଟ ଙ୍କ ଠାରୁ 2 ମାସ ସମୟ ଦେବାକୁ ନେଇ ସତ୍ୟପାଠ କରିବାକୁ ନେଇ ଜଗନ୍ନାଥ ସେନା ସନ୍ଦେହ ପ୍ରକାଶ କରିଚି ।କମିଟି ଗଠନ ଆଳରେ ସମୟ ଗଡ଼ାଇ ରତ୍ନ ଭଣ୍ଡାର ନଖୋଲିବା ନେଇ ରାଜ୍ୟ ସରକାରଙ୍କ ଚାଲ୍ ଥାଇପାରେ ବୋଲି ଜଗନ୍ନାଥ ସେନା ଅଭିଯୋଗ କରିଚି। ତେବେ ସାଢ଼େ ଚାରି କୋଟି ଓଡିଆଙ୍କ ଦାବୀ କୁ ଦୃଷ୍ଟି ରେ ରଖି ଶ୍ରୀ ମନ୍ଦିର ପ୍ରଶାସନ ତୁରନ୍ତ 7 ଦିନ ଭିତରେ କମିଟି ଗଠନ କରି ଆସନ୍ତା 2 ମାସ ଭିତରେ ରତ୍ନ ଭଣ୍ଡାର ଖୋଲିବା ସହ ଭକ୍ତ ଙ୍କ ପାଇଁ ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବାକୁ ଜଗନ୍ନାଥ ସେନା ଦାବୀ କରିଛି।