ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରର ଆରଂଭ ହେଲା ଲେଜର ସ୍କାନିଂ, ପ୍ରଥମ ଦିବସ କାର୍ଯ୍ୟ ଶେଷ

39

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) ; – ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରର ଆରଂଭ ହୋଇଥିବା ଲେଜର ସ୍କାନିଂ ପ୍ରଥମ ଦିବସ କାର୍ଯ୍ୟ ଶେଷ ହୋଇଛି। ଆଜି ପୁଣି ଲେଜର ସ୍କାନିଂ କରାଯିବ। ଏହି ସୂଚନା ଦେଇଛନ୍ତି ଏ ଏସ ଆଇ ଅଧିକାରୀ। ତେବେ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନ ରେ ରତ୍ନ ଭଣ୍ଡାର ର ବାହାର୍ ପଟ କାନ୍ଥ ରେ 37 ଟି ପ୍ଏ ଣ୍ଟ ରେ ସ୍କାନିଂ କରାଯାଇଛି। ତେବେ ଉତ୍ତର ପାର୍ଶ୍ଵରେ ସ୍କାନିଂ କରାଯାଇ ନାହିଁ। ଆସନ୍ତାକାଲି ଏହା କରାଯିବ। ଏହା ପରେ ଅନେକ ପ୍ରକ୍ରିୟା ରହିଚି। କ୍ୟାମେରାରେ ସ୍କାନିଂ ହୋଇଥିବା ଫୋଟୋକୁ ଡକୁମେଣ୍ଟଟେଶନ କରାଯିବ। ଏହା ପରେ ଫଟୋରୁ ରତ୍ନ ଭଣ୍ଡାର ସ୍ଥିତି କିଭଳି ରହିଚି ତାହା ଅନୁଧ୍ୟାନ କରାଯିବ।ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଲେଜର ସ୍କାନିଂ ଆରମ୍ଭ ହୋଇଛି। ଏଥିପାଇଁ ଏଏସାଆଇ ର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ଲେଜର ସ୍କାନିଂ ଆରମ୍ଭ ହୋଇଛି। ବିଶେଷ କରି ରତ୍ନଭଣ୍ଡାରର ବାହାର ପାର୍ଶ୍ୱରେ ସ୍ଥିତି କ’ଣ ରହିଛି ତାହା ଜାଣିବା ପାଇଁ ଏହି ଲେଜର ସ୍କାନିଂ କରାଯାଉଛି। ଲେଜର ସ୍କାନିଂ ରେ ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସାଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି। ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗବେଷକଙ୍କ ମହଲରେ ବାରମ୍ବାର ଦାବି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ ନେଇ ନିଷ୍ପତ୍ତି ହୋଇଥିଲା। ତେବେ ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ସ୍ଥିତି କିଭଳି ରହିଛି ତା’ର ଅନୁଧ୍ୟାନ ପାଇଁ ଏଏସାଆଇକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ଏହି କ୍ରମରେ ଆଜି ଏଏସାଆଇ ଟିମ୍ ଅତ୍ୟାଧୁନିକ ଥ୍ରିଡି କ୍ୟାମେରା ସାହାଯ୍ୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ୱ ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ସେପଟେ ଶ୍ରୀମନ୍ଦିରରେ ଅନେକ ଗୁଡ଼ିଏ କଳାକୃତି ନଷ୍ଟ ହୋଇଯାଇଥିବା ବେଳେ ଏହି ପଥରକୁ ବଦଳାଇ ପୂର୍ବରୁ ଥିବା କଳାକୃତି ଅନୁଯାୟୀ ପଥର ସ୍ଥାନିତ କରାଯିବାକୁ ନେଇ ଏଏସାଆଇକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More