ଶ୍ରୀ ମନ୍ଦିର ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗ , ଖୁବ ଶୀଘ୍ର ମରାମତି ହେବ : ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

29

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) ଶ୍ରୀ ମନ୍ଦିର ମେଘନାଦ ପାଚେରୀରେ ଫାଟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଓ ଆଲୋଚୋନା। ମେଘନାଦ ପାଚେରୀର ସୁରକ୍ଷାରେ ଶ୍ରୀ ମନ୍ଦିର ପ୍ରଶାସନର ଅବହେଳାକୁ ନେଇ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଚି। ତେବେ ମେଘନାଦ ପାଚେରି ରକ୍ଷଣା ବେକ୍ଷଣରେ ଅବହେଳା ନେଇ ବାରମ୍ବାର ମିଡ଼ିଆରେ ଖବର ପ୍ରକାଶ ପରେ ଶ୍ରୀ ମନ୍ଦିର ପ୍ରଶାସନ ତତ୍ପର ହେଇଚି। ମେଘନାଦ ପାଚେରୀର ମରାମତି ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଏ ଏସ ଆଇ ଅଧିକାରିଙ୍କ ସହ ଆଲୋଚୋନା କରିଛନ୍ତି। ବୈଠକ ପରେଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଶ୍ରୀ ମନ୍ଦିର ମେଘନାଦ ପାଚେରିର ସୁରକ୍ଷା ପାଈଁ ଆମେ ଏକ ବୈଠକ କରିଚୁ। ଏ ଏସ ଆଇ ଅଧିକାରୀ ଓ ଶ୍ରୀ ମନ୍ଦିରର ଅଧିକାରି ଏହି ବୈଠକରେ ଉପସ୍ଥିତ ଥିଲେ। ମେଘନାଦ ପାଚେରୀର ମରାମତି ଓ ସୁରକ୍ଷା ନେଇ ବିସ୍ତୃତ ଭାବେ ଆଲୋଚୋନା କରିଚୁ। ମେଘନାଦ ପାଚେରୀ ଦେଇ ପାଣି ଲିକ୍ କକରୁଥିବା ବେଳେ ଏହାକୁ କିଭଳି ରୋକିହେବ ଏବଂ ମରାମତି ହେବ ସେ ନେଇ ସବିଶେଷ ଆଲୋଚୋନା ହୋଇଥଲା। ଆନନ୍ଦ ବଜାରରେ ଥିବା ଡ୍ରେନର ମରାମତି କାର୍ଯ୍ୟ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କରଯାଉଛି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଏକ ସ୍ବତନ୍ତ୍ର ଡ୍ରେନ କରାଯିବ। ତେବେ ମେଘନାଦ ପାଚେରିରେ ଯେଉଁ ଫାଟ ହେଇଚି ତାହାର ମରାମତି ଏ ଏସ ଆଇ କରିବା ପାଇଁ ଆଲୋଚୋନା ହୋଇଚି। କାର୍ତ୍ତିକ ମାସ ପରେ ମେଘନାଦ ପାଚେରିର ସଂରକ୍ଷଣ କାର୍ଯ୍ୟ ବଡ ଆକାରରେ କରାଯିବ। ଶ୍ରୀ ମନ୍ଦିର ଚାରିପାଖ ରେ ମେଘନାଦ ପାଚେରି ରେ ଯେଉଁଠି ବି ଛିଦ୍ର ହୋଇଚି ତାହାର ପୂର୍ଣ୍ଣାଙ୍ଗ ମରାମତି ଏ ଏସ ଆଇ ଓ ଶ୍ରୀ ମନ୍ଦିର ପ୍ରଶାସନ ମିଳିତ ଭାବେ କରିବେ। ଯଦି କେଉଁଠି ପଥର ବଳାଲାଇବା ଅଛି ତାହା ଏଏସଆଇ କରିବ। ତେବେ ଶ୍ରୀ ମନ୍ଦିର ଭିତର ବେଢା଼ରେ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରର ମରାମତି ଓ ସଂରକ୍ଷଣ ନିମନ୍ତେ ମଧ୍ୟ ଆମେ ଏଏସଆଇ ସହିତ ଆଲୋଚୋନା ମଧ୍ୟ କରିଚୁ। ତେବେ ଶ୍ରୀ ମନ୍ଦିରର କେମିକାଲ ପ୍ରିଜରଭେଷନ କାର୍ଯ୍ୟ ନେଇ ଆମ ଶ୍ରୀ ମନ୍ଦୀର ପ୍ରଶାସନର ବୈଷୟିକ ଟିମ ରିପୋର୍ଟ୍ ଦେଲା ପରେ ଯାହା କିଛି ପଦକ୍ଷେପ ନେବୁ। ତେବେ ରତ୍ନ ଭଣ୍ଡାରରେ ଗୁପ୍ତ କୋଠରି ଓ ସୁଡ଼ଙ୍ଗ ଥିବା ନେଇ ଏନ୍ ଜି ଆର ଆଇ ରିପୋର୍ଟ୍ ଆମର ହସ୍ତଗତ ହୋଇନାହିଁ। ଏହା ଉପରେ ମତାମତ ଦେବା ଠିକ ହେବ ନାହିଁ। ଆମକୁ gprs ସର୍ଭେ ରିପୋର୍ଟକୁ ଅପେକ୍ଷା କକରିବାକୁ ପଡ଼ିବ। ତେବେ ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଓ ଗୁପ୍ତ କୋଠରି ନ ଥିଵା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସ୍ପଷ୍ଟ କରିଥିବା ବେଳେ ଏହା ଉପରେ ମୁଁ କୌଣସି ମତାମତ ଦେବି ନାହିଁ ବୋଲି ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକ କହିଚନ୍ତି

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More