ଶ୍ରୀ ମନ୍ଦିର ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

36

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିର ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶ୍ରୀ ମନ୍ଦିର ସମ୍ପର୍କିତ କୌଣସି ଗୁରୁତ୍ଵପୂ୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ତାଙ୍କୁ ଅବଗତ କରାଯାଉନାହିଁ କି କୌଣସି ପରାମର୍ଶ ନିଆଯାଉନାହିଁ। ଯେତେବେଳେ କି ସୁପ୍ରୀମକୋର୍ଟ ସ୍ପଷ୍ଟ କରିଚନ୍ତି ଶ୍ରୀ ମନ୍ଦିର ରେ କୌଣସି ବିକାସ ମୂଳକ କାର୍ଯ୍ୟ ହେଲେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ। ହେଲେ ଶ୍ରୀ ମନ୍ଦିର ପ୍ରଶାସନ, ଶ୍ରୀ ମନ୍ଦିର ପରିଚାଳନା କମିଟି, ସେବାୟତ ଏବଂ ରାଜ୍ୟ ସରକାର ମଧ୍ୟ ପୁରୀ ଶଙ୍କରାଚାର୍ଯ୍ୟ ଙ୍କୁ ଉପେକ୍ଷିତ କରୁଛନ୍ତି। ଯାହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଭିନ୍ନ ବିବାଦ ଚାଲିଥିବା ବେଳେ ଏ ସଂପର୍କରେ ଆପଣଙ୍କ ମତ ଲୋଡ଼ାଯାଇଛି କି ସାମ୍ୱାଦିକ ମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ପ୍ରଶ୍ନ କରାଯିବାରୁ ଏହି ଭଳି କିଛି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ। ପ୍ରତେକ କ୍ଷେତ୍ରରେ ତାଙ୍କୁ ଗୁରୁତ୍ଵ ଦିଆଯାଉ ନାହିଁ। ଏଣୁ ସେ ଅଯଥା ରେ ଉପରେ ପଡ଼ି ପ୍ରଶାସନକୁ ପରାମର୍ଶ ଦେଉ ନ ଥିବା ସେ ମତ ଦେଇଛନ୍ତି। କେବଳ ରଥ ଯାତ୍ରାରେ ପ୍ରଶାସନ ତାଙ୍କ ସହ ଯୋଗାଯୋଗ କରୁଥିବା ବେଳେ ଶ୍ରୀ ମନ୍ଦିର ସମ୍ପର୍କିତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ରେ ତାଙ୍କୁ ପ୍ରଶାସନ, ସରକାର ଉପେକ୍ଷା କରୁଥିବା ଶଙ୍କରାଚାର୍ଯ୍ୟ କହିଚନ୍ତି। ସେହିପରି ଭକ୍ତଙ୍କ ପାଇଁ ୪ ଦ୍ବାର ଖୋଲାଯିବା ଉଚିତ୍ କି ନୁହେଁ ସେ ନେଇ ମଧ୍ୟ କୌଣସି ମତ ଦେବାକୁ ମନା କରିଛନ୍ତି। ଯେତେବେଳେ ପ୍ରଶାସନ, ସେବାୟତ ତାଙ୍କୁ ପଚାରୁନାହାନ୍ତି ସେ କାହିଁକି ଉପରେ ପଡ଼ି ପରାମର୍ଶ ଦେବେ ବୋଲି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More